କରୋନା ନେଇ ମୋଦିଙ୍କ ଆଜି ସର୍ବଦଳୀୟ ବୈଠକ : ନେତାଙ୍କ ସହ କରୋନା ଲଢେଇ ନେଇ ହେବ ମନ୍ଥନ

ଟୀକା ଆସିବା ପୂର୍ବରୁ ତିଆରି ହୋଇପାରେ ରଣନୀତି; ସରକାର ଦେଇପାରନ୍ତି ତଥ୍ୟ

137

କନକ ବ୍ୟୁରୋ : କରୋନା ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ବସିବ ଏଥିରେ  ଗୃହମନ୍ତ୍ରୀ ଅମତି ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ ।  କରୋନା ମୁକାବିଲା ନେଇ ଦ୍ୱିତୀୟ ଥର ଲାଗି କେନ୍ଦ୍ର ସରକାର  ଏଭଳି ସର୍ବଦଳୀୟ ବୈଠକ ଡାକିଛନ୍ତି  । ଏଥିରେ  କୋଭିଡ ସ୍ଥିତି ସହ କରୋନା ଟିକା ନେଇ ଆଲୋଚନା ହୋଇପାରେ ।

ସୂଚନା ଅନୁସାରେ, କରୋନା ଟିକାର ପ୍ରସ୍ତୁତି ନେଇ ସବୁଦଳକୁ ଅବଗତ କରାଇପାରନ୍ତି କେନ୍ଦ୍ର ସରକାର । ପୂର୍ବରୁ ଟୀକାକରଣ ନେଇ ଡାଟାବେସ ପ୍ରସ୍ତୁତ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି । ବର୍ତମାନ ଦେଶର କରୋନାର ପ୍ରକୋପ  କମିଥିଲେ ବି କିଛି ରାଜ୍ୟରେ ଉଦବେଗଜନକ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, କେରଳରେ କରୋନା ପ୍ରକୋପ ବଢୁଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।