ବଢୁଛି ବିଜୟ ଶଙ୍କରଙ୍କ ଅଡୁଆ: ଟେନସନ ବଢାଉଛନ୍ତି ପୂର୍ବତନ ବାନ୍ଧବୀ

147

କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟଶଙ୍କର ଦାଶଙ୍କ ବିବାଦ ପିଛା ଛାଡୁନି । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି ବିଧାୟକଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଏଥିରେ ବିଧାୟକଙ୍କ ବିବାହ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି । ମଙ୍ଗଳବାରଦିନ ବିଧାୟକଙ୍କ ବାହାଘର ବନ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ସେ ମିସ କେଶ ଦାୟର କରିଥିଲେ । ଆଉ ମାମଲାର କପିକୁ ସୋମାଲିକା ସବ ରେଜିଷ୍ଟ୍ରାର ଅଫିସରେ ଦାଖଲ କରିଛନ୍ତି । ସୋମାଲିକା କହିଛନ୍ତି, ତାଙ୍କୁ ନ୍ୟାୟ ନମିଳିବା ଯାଏଁ ବିଧାୟକଙ୍କ ବାହାଘର ବନ୍ଦ ରହୁ । ବିଜୟଶଙ୍କର ଧୋକ୍କା ଦେଇଛନ୍ତି, ତାଙ୍କୁ ନ୍ୟାୟ ମିଳିବା ପରେ ବିଧାୟକ ଯେଉଁଠି ଚାହିଁବେ ବିବାହ କରିପାରିବେ ।

ଜଣେ ମହିଳାଙ୍କ ବିବାହ ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଏହି ଖବର ପାଇବା ପରେ କଟକ ସବ ରେଜିଷ୍ଟ୍ରାର ଅଫିସରେ ଲିଖିତ ଅଭିଯୋଗ ଆଣି କଡା ଆପତି କରିଥିଲେ ସୋମାଲିକା । ଗତବର୍ଷ ମେ ୧୭ ତାରିଖରେ ସୋମାଲିକାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ଜଗସିଂହପୁର ସବରେଜିଷ୍ଟାର ଅଫିସରେ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ ଅବଧି ପରେ ବିବାହ ପାଇଁ ହାଜର ହୋଇନଥିଲେ । ମାମଲା କୋର୍ଟକୁ ଯାଇଥିଲା ଓ ଏହା ଏବେ ବିଚରାଧୀନ ଅଛି । ଆଉ ଏବେ ପୁଣି ବିଜୟଶଙ୍କର ଅନ୍ୟତ୍ର ବିବାହ ଉପରେ ସୋମାଲିକା ପ୍ରଶ୍ନ ଉଠାଇଛନ୍ତି ।

ବିଜୟଶଙ୍କର ଓ ସୋମାଲିସା ଦାସଙ୍କ ବିବାଦ ଗତବର୍ଷ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଏବେ ପରିବର୍ତିତ ପରିସ୍ଥିତିରେ ମାମଲା କୁଆଡେ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।