କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ଆଦାନୀ ଲୁଟୁଛି ଦେଶବାସୀ ଭରଣା କରୁଛନ୍ତି

95

କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଦାନୀ ପାଇଁ ଭାରତରେ କୋଇଲା ଏବଂ ବିଦ୍ୟୁତ ଦର ବୃଦ୍ଧି ପାଇଛି । ଆଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କୋଇଲା ଇଣ୍ଡୋନେସିଆରୁ ଭାରତ ଆସି ପହଂଚିବା ପରେ ଦର ଦୁଇ ଗୁଣା ହୋଇଯାଉଛି । ଆଦାନୀ ଗରିବ ଲୋକଙ୍କ ଟଙ୍କା ଲୁଟୁଛି । କୋଇଲା ଦର ବୃଦ୍ଧି ଯୋଗୁ ଆଦାନୀ ଗ୍ରୁପକୁ ୩୨ ହଜାର କୋଟି ଟଙ୍କାର ଫାଇଦା ମିଳିଛି । କୋଇଦା ଦର ବୃଦ୍ଧି ଯୋଗୁ ବିଦ୍ୟୁତ୍ ଦର ମଧ୍ୟ ବୃଦ୍ଧି ପାଉଛି । ଏହା ସିଧାସଳଖ ଲୋକଙ୍କ ଟଙ୍କା ଚୋରି ହେଉଛି ବୋଲି ରାହୁଲ କହିଛନ୍ତି । ଆଦାନୀ ଏବଂ କୋଇଲା ଦରକୁ ନେଥ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଫାଇନାନସିଆଲ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଦେଖାଇ ରାହୁଲ ଏଭଳି ଅଭିଯୋଗ ଆଣିଛନ୍ତି ।