ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପୂଜା ଭେଟି । ୬ଟି ରବିଫସଲ ଉପରେ ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି

1,474

କନକ ବ୍ୟୁରୋ : ଦଶହରା ଓ ଦୀପାବଳି ପୂର୍ବରୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୬ଟି ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ତୈଳ ଜାତୀୟ ଶସ୍ୟ ଉପରେ କ୍ୱିଂଟାଲ ପିଛା ୨୦୦ଟଙ୍କା ଏମଏସପି ବୃଦ୍ଧି କରାଯାଇଛି । ମସୁର ଡାଲି କ୍ୱିଂଟାଲ ପିଛା ସର୍ବାଧିକ ୪୨୫ଟଙ୍କା ବୃଦ୍ଧି ହୋଇଥିବା ବେଳେ ଗହମ ଉପରେ ୧୫୦ଟଙ୍କା ଚଣା ଉପରେ କ୍ୱିଂଟାଲ ପିଛା ୧୦୫ଟଙ୍କା ଏମଏସପି ବୃଦ୍ଧି କରାଯାଇଛି । ଦଶହରା ଓ ଦିପାବଳୀ ପୂର୍ବରୁ ଦେଶର ଚାଷୀ ମାନଙ୍କ ପାଇଁ ଏହା ବଡ଼ ଭେଟି । ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି । ୪ପ୍ରତିଶତ ବଢ଼ିଲା ମହାଙ୍ଗା ଭର୍ତା । ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । ଏନେଇ ବୁଧବାର ଘୋଷଣା କରିଛନ୍ତି କେନ୍ଦ୍ର କ୍ୟାବିନେଟ । ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେପସନଧାରୀ ଉପକୃତ ହେବେ । ମାର୍ଚ୍ଚ ୨୪ରେ ଡିଏ ବୃଦ୍ଧି ନେଇ ଘୋଷଣା କରାଯାଇଥିଲା । ମହଙ୍ଗା ଭତା ୩୮ ପ୍ରତିଶତରୁ ବଢି ୪୨ ପ୍ରତିଶତ ହୋଇଥିଲା ।