ରାଜ୍ୟ ବଜେଟଠାରୁ ଅଧିକ ସମ୍ପତ୍ତି ୪୦୦୧ ବିଧାୟକଙ୍କ ପାଖରେ । ବିଜେପିଠାରୁ ବି ଧନୀ ଏହି ୨ ଦଳର ବିଧାୟକ

1,464

କନକ ବ୍ୟୁରୋ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ଓ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠକୁ ଅଧ୍ୟୟନ କରିବା ପରେ ଚମକାଇଦେଲା ଭଳି ରିପୋର୍ଟ ଜାରି କରିଛି । ରିପୋର୍ଟ ମୁତାବକ, ଦେଶର ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ । ଯଦି ଦଳ ଆଧାରରେ ଦେଖାଯାଏ, ତାହାଲେ ବିଜେପିଠାରୁ କଂଗ୍ରେସ ଓ ୱାଇଏସଆର କଂଗ୍ରେସର ବିଧାୟକଙ୍କ ପାଖରେ ସବୁଠୁ ଅଧିକ ସମ୍ପତ୍ତି ରହିଛି ।

ସର୍ଭେ ରିପୋର୍ଟ ମୁତାବକ, ୪୦୩୩ ବିଧାୟକଙ୍କ ମଧ୍ୟରୁ ୪୦୦୧ ବିଧାୟକଙ୍କ ପାଖରେ ରହିଛି ପାଖାପାଖି ୫୪, ୫୪୫ କୋଟି ଟଙ୍କାର ସମ୍ପତ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସମ୍ପତ୍ତି ନାଗାଲ୍ୟାଣ୍ଡ, ମିଜୋରାମ, ଓ ସିକ୍କିମ ପରି ୩ଟି ରାଜ୍ୟରେ ବାର୍ଷିକ ବଜେଟଠାରୁ ଢେର ଅଧିକ । ୨୦୨୨୩-୨୪ ବର୍ଷ ପାଇଁ ଏହି ୩ ରାଜ୍ୟ ପାଇଁ ମୋଟ ୪୯ , ୧୦୩ କୋଟି ବ୍ୟୟ ମଂଜୁର ହୋଇଥିବାବେଳେ ୨୦୨୩-୨୪ ପାଇଁ କେବଳ ନାଗାଲ୍ୟାଣ୍ଡ ପାଇଁ ୨୩, ୦୮୬ କୋଟି ଟଙ୍କା ବଜେଟ୍ ମଞ୍ଜୁର ହୋଇଥିଲା । ସେହିପରି ମିଜୋରାମ ପାଇଁ ୧୧, ୮୦୭ କୋଟି ଟଙ୍କା ମଂଜୁର ହୋଇଛି ।

ଗଣମାଧ୍ୟମର ରିପୋର୍ଟ ମୁତାବକ, ଏଡିଆର ଓ ଏନଇଡବ୍ଲୁ ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠ ମୁତାବକ ୪୦୦୧ ଜଣ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକଙ୍କ ପାଖରେ ୧୩. ୬୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି ।