ମନ୍ତ୍ରୀଙ୍କ ମୁହଁରେ ମା’ ଭଜନ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା

96

କନକ ବ୍ୟୁରୋ: ମନ୍ତ୍ରୀଙ୍କ ମୁହଁରେ ମା’ଙ୍କ ଭଜନ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଗାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା । ଫୁଲବାଣୀ ଠାକୁରାଣୀ ଯାତ୍ର୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଗାଇ ଦର୍ଶକଙ୍କ୍ୁ ମନ୍ତ୍ରମୁଗ୍ଧ କରିଛନ୍ତି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ । ମେ’ ୩ ତାରିଖରୁ ଆରମ୍ଭ ହୋଇଛି ଫୁଲବାଣୀ ସହରରେ ମା’ ନାରାୟଣୀ ଠାକୁରାଣୀଙ୍କ ଯାତ୍ରା । ପ୍ରତି ୨ ବର୍ଷରେ ଥରେ ହେଉଥିବା ଏହି ଯାତ୍ରା ୨୦୨୦ରେ କରୋନା ଯୋଗୁଁ କେବଳ ସିମିତ ସେବାୟତଙ୍କ ଦ୍ୱାରା ହୋଇଥିଲା । ହେଲେ ଏ ବର୍ଷ ମା’ଙ୍କ ଯାତ୍ରା ଖୁବ୍ ଧମଧାମରେ ପାଳିତ ହେଉଛି । ପ୍ରଶାସନ ପକ୍ଷରୁ ରୋପ୍ୟ ଜୟନ୍ତୀ ପାଳନ କରାଯାଇଛି । ଯାତ୍ରା କମିତି ପକ୍ଷରୁ ଫୁଲବାଣୀ କରୋନେସନ ପଡିଆରେ ଆୟୋଜିତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା । ଆଉ ଏହି ଅବସରରେ ଲୋକଙ୍କ ଅନୁରୋଧ କ୍ରମେ ଠାକୁରାଣୀଙ୍କର ଏକ ସୁନ୍ଦର ଭଜନ ଗାଇଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା ।