ଜୁନରେ ଭଲ ବର୍ଷା, ପରେ କମିବ । ‘କେନ୍ଦ୍ରୀୟ ଓ ଉତ୍ତର-ଓଡିଶାରେ କମ୍ ବର୍ଷା’: ଆଇଏମଡି

169

କନକ ବ୍ୟୁରୋ: କେରଳ, ତାମିଲନାଡୁ ଛୁଇଁ ସାରିଥିବା ମୌସୁମୀ ବାୟୁ ଆସନ୍ତା ସପ୍ତାହରେ ଓଡିଶା ଛୁଇଁବ । ଓଡିଶା ଛୁଇଁବ । ପରେ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ହେଲେ, ପରବର୍ତ୍ତୀ ସମୟରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ସେ ନେଇ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି ତାହା ଚିନ୍ତାକୁ ବଢ଼ାଇଦେଇଛି ।

ଆଇଏମଡିର ଆକଳନ ଅନୁସାରେ, ଜୁନରୁ ସେପ୍ଟେମ୍ବର ମାସରେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ଓ ଆଉ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରେ । ଦକ୍ଷିଣବର୍ତ୍ତୀ ଜିଲ୍ଲାଗୁଡିକରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ କେନ୍ଦ୍ରୀୟ ଓଡିଶା ଓ ଉତ୍ତର ଓଡିଶାରେ ସ୍ୱାଭାବିକଠାରୁ  କମ ବର୍ଷା ହୋଇପାରୋ

ଓଡିଶାରେ ସ୍ୱାଭାବିକ ପରିମାଣଠାରୁ କମ୍ ବର୍ଷା ହେବ ବୋଲି ଆକଳନ କରିଥିଲେ ବି , ଚଳିତ ବର୍ଷ ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆକଳନ ଅନୁସାରେ, ଏ ବର୍ଷ ସାରଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ । ମୌସୁମୀ ବାୟୁ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟକୁ ଛୁଇଁ ସାରିଥିବାବେଳେ ସାରିଥିବାବେଳ, ଦୁଇରୁ ଚାରି ଦିନ ମଧ୍ୟରେ ଉତର-ପୂର୍ବ ଭାରତ ରାଜ୍ୟଗୁଡିକୁ ଛୁଇଁବ  । ଆସାମ, ମେଘାଳୟ , ସିକିମ ଭଳି ରାଜ୍ୟରେ ପ୍ରବଳ ବର୍ଷିବ ।

ଯଦି ପାଣିପାଗ ବିଭାଗର ଆକଳନ ସତ ହୁଏ, ତେବେ ଓଡିଶା ଚାଷୀଙ୍କ ପାଇଁ ବଡ ସମସ୍ୟା ହୋଇପାରେ । ଏହାର ମୁକାବିଲା ପାଇଁ ଚାଷୀମାନେ ସତର୍କ ରହିବା ସହ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।