ଗୁଳି ମାଡ ପରେ ଏୟାରଲିଫ୍ଟ । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ମନ୍ତ୍ରୀ ନବ ଦାସ ।

11,331

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଗ୍ରୀନ କରିଡରରେ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି । ତେବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରିଥିବାବେଳେ, ଏକ ସ୍ପେଶାଲ ଟିମ୍ ତାଙ୍କର ଚିକିତ୍ସା କରୁଛି । ଅନ୍ୟପଟେ ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବିଜେଡିର ତମାମ ନେତା ଓ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ତେବେ ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନି । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଦେହରେ ଗୁଳି ବାଜିଛି ।