ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିଲା । ସେ ବହୁ ବର୍ଷ ଧରି ମେଡିସିନ୍ ଖାଉଥିଲେ । ବଡ ସୂଚନା ଦେଲେ ଏଏସଆଇଙ୍କ ପତ୍ନୀ ।

991

କନକ ବ୍ୟୁରୋ: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଛନ୍ତି ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ । ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇ ଗାଡିରୁ ଓହ୍ଲାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଛି । ତେବେ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଭଲ ନଥିଲା । ବହୁ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ସେ ସୂଚନା ଦେଇଛନ୍ତି । ଯାହା ଏହି ଘଟଣାରେ ଏକ ବଡ ଦିଗ ହୋଇପାରେ ବୋଲି କୁହାଯାଉଛି ।

ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ କହିବା ମୁତାବକ, ସେ ପ୍ରଥମେ ଟିଭିରୁ ଏହି ଖବର ପାଇଥିଲେ । ଏ ବିଷୟରେ ସେ କିଛି ବି ଜାଣିନଥିବା କହିଛନ୍ତି । ଗଲା ୧୨ରୁ ୧୩ ବର୍ଷ ହେଲା ସେ ଝାରସୁଗୁଡାରେ କାମ କରୁଥିଲେ । ତେବେ ଏହି ଘଟଣା ଘଟିବା ପୂର୍ବରୁ ସେ ଝିଅ ସହିତ କଥା ହେବା ସହିତ, ହଠାତ୍ କିଛି କାମ ଥିବା ଦର୍ଶାଇ ଫୋନ୍ କାଟି ଦେଇଥିଲେ ।

ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା । ଏବେ ବି ତାଙ୍କର ମେଡିସିନ୍ ଖାଇବା ଚାଲିଥିଲା । ୮ରୁ ୧୦ ବର୍ଷ ହେଲା ସେ ଡାକ୍ତରଙ୍କୁ ଦେଖା କରିବା ସହିତ ମାନସିକ ଅବସ୍ଥାର ଯାଞ୍ଚ କରୁଥିଲେ ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।