ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ : ଗ୍ରୀନ କରିଡରରେ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲ ନିଆଯାଉଛି

10,881

କନକ ବ୍ୟୁରୋ : ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ନିଆଯାଉଛି । ଗ୍ରୀନ କରିଡରରେ ନବ ଦାସଙ୍କୁ ନିଆଯାଉଛି । ଆପୋଲୋରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ଅଛନ୍ତି । ପ୍ରଥମେ ୪ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ସବୁ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେ ପହଞ୍ଚିବା ପରେ ତାଙ୍କୁ କେଉଁଭଳି ଚିକିତ୍ସା କରାଯିବ ତାହା ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିଭଳି ଆବଶ୍ୟକତା ପଡିଲେ ଅପରେସନ ପାଇଁ ମଧ୍ୟ ଓଟି ପ୍ରସ୍ତୁତ ରଖାଯାଇଛି । ସର୍ଜରୀ, ମେଡିସିନ, ଆନାସଥେସିଆ, ଆସିୟୁ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରସ୍ତୁତ ରହିଛନ୍ତି ।