ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କ ଭୋଟଦାନ ଅଧିକାର ପ୍ରସଙ୍ଗ, ସର୍ବଦଳୀୟ ବୈଠକ ଡାକିଲେ ମେହେବୁବା ମୁଫତି।

101

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନ ଅଧିକାର ମିଳିଛି । ଏହାକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ବୁଧବାର କାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନର ଅଧିକାର ନେଇ ଘୋଷଣା ହୋଇଥିଲା । ଏହାକୁ ବିରୋଧ କରି ମେହବୁବା ମୁଫତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ପ୍ରେସମିଟ କରି ମେହବୁବା ମୁଫତି କହିଛନ୍ତି, ଏ ବାବଦରେ ସେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଡ, ଫାରୁକ ଅବଦୁଲ୍ଲାଙ୍କ ସହ ଆଲୋଚନା କରିସାରିଛନ୍ତି । ଅନ୍ୟଦଳମାନଙ୍କ ସହ ସେ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ନିର୍ବାଚନ ଆୟୋଗ ବୁଧବାର ଜମ୍ମୁ-କଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ମତଦାନ ପାଇଁ ଅଧିକାର ପ୍ରଦାନ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ, ଏହା ସେହି ସମୟ ଯେତେବେଳେ ଆମକୁ ନିର୍ବାଚନ ଠାରୁ ଅଧିକ କାଶ୍ମୀର ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆମ ଯୁବକଙ୍କୁ କଟ୍ଟରପନ୍ଥୀ କରାଯାଉଛି, ଆମ କାଶ୍ମୀର ପଣ୍ଡିତ ଭାଇଙ୍କୁ ହତ୍ୟା କରାଯାଉଛି । ପୋଲିସ ଓ ସୁରକ୍ଷାବଳର ଯବାନଙ୍କୁ ମାରିଦିଆଯାଉଛି । ୨୦୨୪ ନିର୍ବାଚନ ପରେ ଭାଜପା ଦେଶରୁ ସମ୍ବିଧାନକୁ ହଟାଇଦେବ ଏବଂ ଦେଶର ପତାକାକୁ ମଧ୍ୟ ଓହ୍ଲାଇଦେବ ।

ସେ ଅଭିଯୋଗ କରିଛନ୍ତି, ବିଜେପି ସମସ୍ତ ନିଷ୍ପତ୍ତି ନିଜେ ନେଉଛି, ଯାହା ରାଷ୍ଟ୍ରପାଇଁ ନୁହେଁ । ବିଜେପି ଦେଶକୁ ହିନ୍ଦୁ ରାଷ୍ଟ୍ର ନୁହେଁ ଭାଜପା ରାଷ୍ଟ୍ରରେ ପରିବର୍ତ୍ତନ କରିବାକୁ ଯାଉଛି । ଅଣସ୍ଥାନୀୟ ଲୋକଙ୍କୁ ଭୋଟ ଦେବାର ଅଧିକାର ଦେବାର ଅର୍ଥ ଭାଜପା ସେମାନଙ୍କ ଜରିଆରେ ଏଠାରେ ଶାସନ କରିବା । ସେମାନେ ବୁଝିସାରିଛନ୍ତି ଜମ୍ମୁ-କାଶ୍ମୀରରେ ତିନିବର୍ଷର ଶାସନ ପରେ ସେମାନେ ବିଫଳ ହୋଇଛନ୍ତି । କେବଳ ମୁସଲମାନଙ୍କ ପାଇଁ ନୁହେଁ ବରଂ ଡୋଗରା ଏବଂ ପଣ୍ଡିତ ସମୁଦାୟ ପାଇଁ ସ୍ଥିତି ଭିନ୍ନ ରହିଛି ।

କାଶ୍ମୀର ପଣ୍ଡିତଙ୍କ ପାଇଁ ଢୋଲ ବାଡେଇବା ପରେ ମଧ୍ୟ ଭାଜପା ତାଙ୍କ ଭୋଟର ଅଧିକାର ସୁନିଶ୍ଚିତ କରିପାରୁନାହିଁ । ଫଳ ଏହା ହେଲା ଯେ କାଶ୍ମୀର ପଣ୍ଡିତ ବର୍ତ୍ତମାନ ସେମାନଙ୍କ ମତଦେବା ଅଧିକାର ବନ୍ଦ କରିଦେଇଛନ୍ତି ।