ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ । ଭୁଲ ତଥ୍ୟ ଆଧାରରେ ଲୋକଙ୍କ ଭ୍ରମିତ ନ କରିବାକୁ ଚେତାବନୀ

391

କନକ ବ୍ୟୁରୋ : ପତଞ୍ଜଳୀ କମ୍ପାନୀ ନାମରେ ସାରା ଦେଶର ନିଜର ବିଶାଳ ବ୍ୟବସାୟ ସାମ୍ରାଜୀ ତିଆରି କରିଥିବା ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଏଲୋପାଥି ବିରୋଧରେ ଲୋକଙ୍କୁ ଭ୍ରମିତ କରାଯିବା ଉଚିତ୍ ନୁହେଁ । ଏହାସହ କୋର୍ଟ ଯୋଗଗୁରୁ ରାମଦେବଙ୍କୁ କହିଛନ୍ତି କି ନିଜର ବ୍ୟବସାୟ ବଢାଇବା ବା ଗ୍ରାହକ ବଢାଇବା ନେଇ ଆଇନରେ ସ୍ୱତନ୍ତ୍ରତା ରହିଛି । ହେଲେ ନିଜର ବ୍ୟବସାୟ ବୃଦ୍ଧି କରିବା ଉର୍ଦ୍ଦେଶ୍ୟରେ ଲୋକଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିବା ଅପରାଧ ।

କହିରଖୁ କି କୋଭିଡ-୧୯ ର ଚିକିତ୍ସା ପାଇଁ ପତଞ୍ଜଳୀ ତରଫରୁ ପ୍ରସ୍ତୁତ କରାଯାଇଥିବା କରୋନିଲର ପ୍ରଚାର ପ୍ରସାର ବେଳେ ବାବା ରାମଦେବ ଏଲୋପାଥୀ ମେଡିସିନ ବାବଦରେ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ଦେବା ସହ କରୋନିଲକୁ ନେଇ ଲୋକମାନଙ୍କୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ ଡାକ୍ତରମାନଙ୍କର କିଛି ସଂଗଠନ । ଡାକ୍ତର ସଂଗଠନମାନଙ୍କ ଦ୍ୱାରା ବାବା ରାମଦେବଙ୍କ ନାମରେ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଅଭିଯୋଗର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୁପ ଜୟରାମ ମଭାନୀ କହିଛନ୍ତି କି ପ୍ରାଚୀନ ଔଷଧ ବିଜ୍ଞାନ ଆର୍ୟୁବେଦକୁ ସମ୍ମାନ କରାଯିବା ଉଚିତ । ହେଲେ ଏହାର ବ୍ୟବସାୟ ଉର୍ଦ୍ଦେଶ୍ୟ ରଖି ଲୋକମାନଙ୍କୁ ଭୁଲ ତଥ୍ୟ ଦେବା ଅନୁଚିତ ।

ଏହାସହ ଜଷ୍ଟିସ କହିଥିଲେ କି ଦେଶର ନିଜର ବ୍ୟବସାୟ ବୃଦ୍ଧି କରିବା ଓ ଗ୍ରାହକ ବୃଦ୍ଧି କରିବା ନେଇ ସମସ୍ତ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ରତା ରହିଛି । ହେଲେ ବିନା ତଥ୍ୟ ଆଧାରରେ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ଉଚିତ୍ ନୁହେଁ ।