ସଚିନଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ

237

କନକ ବ୍ୟୁରୋ : ସଚିନ ତେନ୍ଦୁଲକରଙ୍କ ଘର ଆଗରେ ବିକ୍ଷୋଭ । ‘ଅନଲାଇନ୍ ଗେମିଙ୍ଗ୍ ବିଜ୍ଞାପନ’ରେ ସଚିନକୁ ସଂପୃକ୍ତିକୁ ବିରୋଧ କରି ତାଙ୍କ ବାସଭବନ ବାହାରେ ବିକ୍ଷୋଭ । ସ୍ୱାଧୀନ ବିଧାୟକ ବଚ୍ଚୂ କଡୂ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିଛନ୍ତି । ଏହି ସମୟରେ ପ୍ରତିବାଦକାରୀଙ୍କୁ ପୁଲିସ ବାନ୍ଦ୍ରା ଥାନାକୁ ନେଇଯାଇଥିଲା । ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ଥିବା କଡୂ ସଚିନ୍ଙ୍କୁ କୋର୍ଟ ନୋଟିସ୍ ଧମକ ଦେବାର ମାତ୍ର ୨ ଦିନ ପରେ ଏହି ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି, ଭାରତ ରତ୍ନ ପାଇଥିବା ବ୍ୟକ୍ତିମାନେ ଆଚରଣ ବିଧି ମାନିବା ଉଚିତ । ପେଟିଏମ୍ ଫାଷ୍ଟ୍ ଗେମ୍ ପ୍ରମୋସନାଲ୍ ଅଭିଯାନରୁ ସଚିନ ଓହରିଯିବାକୁ ସେ ନିବେଦନ କରିଛନ୍ତି । ଅନ୍ ଲାଇନ ଖେଳାଯାଉଥିବା ଏହି ଗେମ୍ ଖେଳି ଜଣେ ପଇସା କମାଇପାରିବ । ସଚିନ ଏ ବାବଦରେ ସ୍ପଷ୍ଟୀକରଣ ଦେଇନାହାନ୍ତି । ଯଦି ନଦେବେ ତାହେଲେ କୋର୍ଟ ଜରିଆରେ ନୋଟିସ୍ ପଠାଇବୁ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି ।