ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୭ ତାରିଖରେ ମୁକ୍ତିଲାଭ

284

କନକ ବ୍ୟୁରୋ : ବଡ ପରଦାକୁ ଆସିବା ପୂର୍ବରୁ ରିଲିଜ୍ ହୋଇଛି ବଲିଉଡ ଆକ୍ସନ ଫିଲ୍ମ ‘ଯବାନ’ର ବହୁପ୍ରତୀକ୍ଷିତ ଟ୍ରେଲର । ଗୁରୁବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର ମୁକ୍ତିଲାଭ କରିଛି । ପ୍ରଥମ ଥର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଶାହାରୁଖ ଖାନ୍ । ଫିଲ୍ମରେ ଶାହାରୁଖଙ୍କ ସହ ରହିଛନ୍ତି ଦୀପିକା ପାଦୁକୋନ୍ ଓ ନୟନତାରା । ତା ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିବ । ଫିଲ୍ମ ଯବାନରେ କିଙ୍ଗ ଖାନ୍ ଡବଲ ରୋଲରେ ନଜର ଆସିବେ । ଆକ୍ସନ ଓ ଥ୍ରୀଲରରେ ଭରପୁର ରହିଛି ଏହି ଫିଲ୍ମଟି । ଯାହାକୁ ନେଇ ଏବେଠାରୁ ଅପେକ୍ଷାରେ ରହିଛନ୍ତି ଦର୍ଶକମାନେ । ଯବାନର କିଛି ଗୀତ ମଧ୍ୟ ମୁକ୍ତିଲାଭ କରିସାରିଛି , ଯାହା ଦର୍ଶକଙ୍କ ମନ ଜିଣିପାରିଛି । ଏମିତିକି ଗୀତଗୁଡିକ ମଧ ଟ୍ରେଣ୍ଡିଂ ତାଲିକାରେ ରହିଛି । ରିଲିଜର ମାତ୍ର ୬ ଘଂଟାରେ ୮୦ ଲକ୍ଷରୁ ଅଧିକ ଦର୍ଶକ ଟ୍ରେଲରକୁ ଦେଖିସାରିଲେଣି । ମୁକ୍ତିଲାଭ କରିଥିବା ଟ୍ରେଲର ଦେଖିବା ପରେ ଫିଲ୍ମଟି ପରଦାରେ କିଭଳି ଧମାଲ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଯବାନ ସେପ୍ଟେମ୍ବର ୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।