ମଧ୍ୟପ୍ରଦେଶରେ ମୁଷଳଧାର ବର୍ଷା ସାଙ୍ଗକୁ ପବନ । ହ୍ରଦରେ ବୁଡିଲା ଏକାଧିକ କ୍ରୁଜ୍ । 

100

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ଦୁଇ ଦିନ ଧରି ମୂଷଳଧାର ବର୍ଷା ଲାଗିରହିଛି । ଏହାସହ ପବନର ବେଗ ମଧ୍ୟ ବଢିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଇଲାକା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାବେଳେ ଆଉ କିଛି ଅଞ୍ଚଳରେ ପବନ ଯୋଗୁଁ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଠାରେ ଗତ ୧୨ ଘଣ୍ଟା ମଧ୍ୟରେ ୬ ଇଞ୍ଚର ବର୍ଷା ରେକର୍ଡ ହୋଇଛି ।

ଭୋପାଳରେ ଥିବା ଭୋଜତାଲ ହ୍ରଦରେ ଭୀଷଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଅନେକ କ୍ରୁଜ୍ ବୁଡିଯାଇଛି । ଏଠାରେ ଥିବା ନଦୀ ଗୁଡିକର ଜଳସ୍ତର ବଢିଚାଲିଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ହେଲେ ପ୍ରବଳ ବନ୍ୟା ଯୋଗୁଁ ଜିଲ୍ଲା ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଥିବା ଜଣାପଡିଛି ।