ସୁବର୍ଣ୍ଣରେଖାରେ ଅତିକ୍ରମ କରି ସାରିଛି ପିକ୍ ଫ୍ଲଡ୍ : ଆକଳନ ଠାରୁ କମ୍ ରହିଛି ନଦୀର ଜଳସ୍ତର

ଜଳସମ୍ପଦ ଯନ୍ତ୍ରୀ କହିଲେ ୨, ୩ଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ରହିପାରେ ବନ୍ୟା ସ୍ଥିତି

92

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ଅତିକ୍ରମ କରି ସାରିଛି ପିକ୍ ଫ୍ଲଡ୍ । ଆକଳନ ଠାରୁ କମ୍ ରହିଛି ନଦୀର ଜଳସ୍ତର । ଜଳସମ୍ପଦ ଯନ୍ତ୍ରୀ କହିଲେ ୨, ୩ଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ରହିପାରେ ବନ୍ୟା ସ୍ଥିତି । ଧିରେ ଧିରେ ଆସିବ ସ୍ଥିତିରେ ସୁଧାର । ସେପଟେ ଝାଡଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡିହ ଡ୍ୟାମର ଗେଟ୍ ବନ୍ଦ ହେଉଛି ।

ସେପଟେ, ବାଲେଶ୍ୱର ରାଜଘାଟ ସୂବର୍ଣ୍ଣରେଖା ନଦୀରେ ଧିରେ ଧିର କମୁଛି ଜଳସ୍ତର । ଶେଷ ଖବର ସୁଦ୍ଧା ରାଜଘାଟରେ ଜଳସ୍ତର ୧୧.୮୮ମିଟର ଉପରେ ପ୍ରବାହିତ । ତଥାପି ଟଳିନି ବିପଦ । ବିପଦ ସଙ୍କେତ ୯ ଫୁଟ ୪୫ମିଟର ରହିଛି । ଏବେବି ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ । ବନ୍ୟା ଆଶଙ୍କାରେ ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲିଆପାଳ, ଭୋଗରାଇ ଅଂଚଳରେ ଚାଲିଛି ଉଦ୍ଧାର କାମ । ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଉ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସୂଚନା ରହିଛି ।