ଲିଭଇନ ସମ୍ପର୍କର ଲୋମଟାଙ୍କୁରା କାହାଣୀ । ମହାରାଷ୍ଟ୍ରରେ ପ୍ରେମିକାକୁ ହତ୍ୟା କରି ଗୁଜରାଟରେ ଶବକୁ ଫିଙ୍ଗିଲା ପ୍ରେମିକ

813

କନକ ବ୍ୟୁରୋ : ପୁଣି ଥରେ ସାମ୍ନାକୁ ଆସିଲା ଲୋମଟାଙ୍କୁରା ହତ୍ୟା ମାମଲା । ମହାରାଷ୍ଟ୍ର ପାଲଘର ନାୟଗାଓଁ ଲିଭଇନ ପାର୍ଟନରକୁ ବିଭତ୍ସ ହତ୍ୟା କରିଛି ପ୍ରେମିକ । ବାଥଟବରେ ବୁଡେଇ ହତ୍ୟା କରିବା ପରେ ଶବକୁ ଏକ ବ୍ୟାଗରେ ଭର୍ତି କରିଥିଲା ଅଭିଯୁକ୍ତ । ପରେ ମହାରାଷ୍ଟ୍ରରୁ ନେଇ ଗୁଜରାଟରେ ଫିଙ୍ଗିିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀଙ୍କ ପରିବାରକୁ ସହେନ୍ଦ ହେବା ପରେ ପୁଲିସ ତଦନ୍ତ କରି ହତ୍ୟାଘଟଣାର ପର୍ଦ୍ଦଫାଶ କରିଛି  । ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବିବାହିତ ଥିଲେ ଓ ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଫସାଇବା ସହ ତାଙ୍କ ସହ ଲିଭଇନରେ ରହି ଆସୁଥିଲ । ହତ୍ୟାର ଶିକାର ହୋଇଥିବା ନେପାଳର ଓ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହେୟାର ଡିଜାଇନର ଭାବେ କାମ କରୁଥିଲେ । ଅଭିଯୁକ୍ତଙ୍କ ସହ ୫ବର୍ଷ ହେବ ପ୍ରେମ ସର୍ମ୍ପକରେ ଥିଲେ । ପ୍ରେମିକ ବିବାହିତ ଜାଣିବା ପରେ ସେମାନଙ୍କ ମଧ୍ୟରେ ଝଗଡା ଓ ବିବାଦର ରୁପ ନେଇଥିଲା ।