ଅଡୁଆରେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ବିରୋଧରେ ଚାଲିବ ମହାଅଭିଯୋଗ ମାମଲା

339

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ପ୍ରତିନିଧିସଭାରେ ରିପବ୍ଲିକାନ ସ୍ପିକର କେବିନ ମେକାର୍ଥୀ ବାଇଡେନଙ୍କ ବିରୋଧରେ ଆସିଥିବା ମହାଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଅ ହଂଟର ବାଇଡେନର ବ୍ୟବସାୟକୁ ଲାଭ ଦେବା ପାଇଁ ଜୋ ବାଇଡେନ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦେଶମାନଙ୍କଠୁ ମିଥ୍ୟା ତଥ୍ୟ ଦେଇ ଅର୍ଥ ଆଣିଛନ୍ତି । କ୍ଷମତାର ଦୁରୁପଯୋଗ, ସରକାରୀ କାମରେ ବାଧା ସୃଷ୍ଟି ଓ ଦୁର୍ନିତୀ ଅଭିଯୋଗ ମଧ୍ୟ ଲାଗିଛି । ସେପଟେ ହଂଟର ବାଇଡେନ ମାମଲାରେ ରାଷ୍ଟ୍ରପତିଙ୍କ କୌଣସି ସମ୍ପୃକ୍ତି ନଥିବା କହିଛି ହ୍ୱାଇଟ ହାଉସ । ବାଇଡେନଙ୍କ ପୁଅ ହଂଟର ବାଇଡେନ ନିଜ ବ୍ୟବସାୟ ପାଇଁ ଚୀନ, କାଜାଗିସ୍ତାନ, ୟୁକ୍ରେନ, ରୁଷ, ଓ ଅନ୍ୟ ଦେଶମାନଙ୍କଠୁ ୨୦ଲକ୍ଷ ମିଲିୟନରୁ ଅଧିକ ଅର୍ଥ ନେଇଛନ୍ତି । ଏହା ପଛରେ ବାଇଡେନଙ୍କ କ୍ଷମତାର ଦୁରୁପଯୋଗ ହୋଇଥିବା ଅଭିଯୋଗ ରହିଛି । ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଂଚ ନେବା ଅଭିଯୋଗ ଓ ଅନ୍ୟ ଅପରାଧକୁ ନେଇ ସମ୍ବିଧାନ ନିୟମ ଅନୁସାରେ ମହାଅଭିଯୋଗ ମାମଲା ଚଳାଯାଇପାରିବ । ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏହା ଭିତରେ ବାଇଡେନଙ୍କ ଉପରେ ଲାଗିଥିବା ଏହି ଅଭିଯୋଗ ଆଗକୁ ସମସ୍ୟା ଆଣିପାରେ ।