ଆଠଗଡ ଶଶାଙ୍ଗ ଗାଁରେ ଅଘଟଣ ! ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ ଆଉ ଜଣେ ଯୁବକ

35

କନକ ବ୍ୟୁରୋ: ଆଠଗଡରେ ଯୁବକଙ୍କୁ ଆକ୍ରମଣ । ଗୋଡେଇ ଗୋଡେଇ ଖଣ୍ଡାରେ ହାଣିଲେ ଅନ୍ୟ ଜଣେ ଯୁବକ । ଆଠଗଡ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଶଶାଙ୍ଗ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି । ଫଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।