ଭାରତର ସ୍ମାର୍ଟଫୋନ ବଜାରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । କାରଣ ପୂର୍ବରୁ ମୋବାଇଲ କଂପାନୀମାନଙ୍କର ମୁକାବିଲା ଅନ୍ୟ ଫୋନ ତିଆରି କରୁଥିବା କଂପାନୀମାନଙ୍କ ସହିତ ହେଉଥିଲା, ମାତ୍ର ଏବେ କିନ୍ତୁ ଏହି ତରିକା ପୂରା ବଦଳି ଯାଇଛି । ବର୍ତ୍ତମାନ ମୋବାଇଲ ତିଆରି କରୁଥିବା କଂପାନୀମାନେ ବିଭିନ୍ନ ଟେଲିକମ କଂପାନୀମାନଙ୍କ ସହିତ ପାର୍ଟନର୍ଶିପ କରୁଛନ୍ତି ଆଉ ପୁଣି ନିଜର ପ୍ରଡକ୍ଟକୁ ଅତି ଶସ୍ତାରେ ବଜାରରେ ବିକ୍ରି କରୁଛନ୍ତି । ଇତି ମଧ୍ୟରେ ଏଭଳି ଚୁକ୍ତିରେ ସାଲିମ ହୋଇଛି ଏକ ଘରୋଇ ମୋବାଇଲ କଂପାନୀ ‘ଜିଭି’ ମୋବାଇଲ । ଯିଏ କି ରିଲାଏନ୍ସ ଜିଓ ସହ ପାର୍ଟନର୍ଶିପ କରି ମାତ୍ର ୬୯୯ ଟଙ୍କାରେ ୪ଜି ସ୍ମାର୍ଟଫୋନ ବିକ୍ରି କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ନଜର ପକାନ୍ତୁ ୬୯୯ଟଙ୍କାରେ ମିଳୁଥିବା ୪ଜି ସ୍ମାର୍ଟଫୋନର କଣ ରହିଛି ବୈଶିଷ୍ଟ୍ୟ
ଜିଭି ମୋବାଇଲ ଜିଓ ସହ ବୁଝାମଣା କରିଛି । ଯାହାଦ୍ୱାରା ମାତ୍ର ୬୯୯ଟଙ୍କାରେ ୪ଜି ଭୋଲ୍ଟି ସ୍ମାର୍ଟଫୋନ ଏବେ ବଜାରରେ ଉପଲବ୍ଧ ହେବ । ତେବେ ଏହି ଅଫର ଅନୁସାରେ, ଆପଣ ଜିଭି ପ୍ରାଇମ ପି୪୪୪ (୮ ଜିବି), ଜିଭି ପ୍ରାଇମ ପି୩୦୦, ଜିଭି ପ୍ରାଇମ ପି୩୦, ଜିଭି ରିଭୋନ୍ୟୁସନ ଟିଏନଟି୩, Jivi Energy E12 ଏବଂ ivi Energy E3 ସ୍ମାର୍ଟଫୋନ କିଣିପାରିବେ ।
• Jivi prime P444ରେ ଡୁଆଲ ସିମ, ୧ଜିବି ରାମ, ୮ଜିବି ଷ୍ଟୋରେଜ, ଫିଙ୍ଗରପ୍ରିଂଟ ସେନସର, ୮ ମେଗାପିକ୍ସର ଫ୍ରଂଟ କ୍ୟାମେରା ଏବଂ ୫ ମେଗାପିକ୍ସଲର ରିୟର କ୍ୟାମେରା ଉପଲବ୍ଧ ।
• ସେହିପରି Jivi prime P300ରେ ଡୁଆଲ ସିମ, ୧ଜିବି ରାମ, ୮ଜିବି ଷ୍ଟୋରେଜ, ୮ଏମପିର ରିୟର ଏବଂ ୫ଏମପିର ଫ୍ରଂଟ କ୍ୟାମେରା ରହିଛି । ଏଠାରେ ଆମେ କହି ରଖୁଛୁ କି, ସମସ୍ତ ଫୋନରେ ୧ଜିବି ରାମ ଉପଲବ୍ଧ .
ଜାଣନ୍ତୁ ଏହି ଫୋନ କିଣିବେ କିପରି
ପ୍ରକୃତ ମାମଲାଟି ହେଲା କି, ନିକଟରେ ରିଲାଏନ୍ସ ଜିଓ ଭାରତରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ ଉପରେ ଜିଓ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ଦେବାକୁ ଘୋଷଣା କରିଛି । ଯାହାର ଅର୍ଥ ହେଲା, ଯଦି ଆପଣ ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ୨୦୧୮ ମଧ୍ୟରେ କୌଣସି ବି ସ୍ମାର୍ଟଫୋନ କିଣିବେ ତେବେ ତା ଉପରେ ଆପଣଙ୍କୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ସେହିପରି ଅନ୍ୟ ଅର୍ଥରେ କହିଲେ, ଯଦି ଆପଣ ୬,୯୯୯ ଟଙ୍କାର କୌଣସି ଫୋନ କିଣନ୍ତି ତେବେ କ୍ୟାସବ୍ୟାକ୍ ପରେ ଫୋନଟିର ଦାମ ମାତ୍ର ୪, ୭୯୯ଟଙ୍କା ହୋଇଯିବ । ତେବେ
ଆସନ୍ତୁ ଜାଣିବା ଜିଓର ଏହି ଅଫର ସଂପର୍କରେ ଅଧିକ ସୂଚନା
ସର୍ବ ପ୍ରଥମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଜିଓର ଏହି ଐତିହାସିକ ଅଫରଟିର ନାଁ ରହିଛି ‘ଫୁଟବଲ୍ ଅଫର’ । ଯାହାକି ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏହି ଅଫର ପରିସରରେ ଜିଓ ନେଟୱର୍କ ସହିତ ଜଡିତ ଥିବା ନୂଆ ସ୍ମାର୍ଟଫୋନ ଉପରେ କଂପାନୀ ୨୦୦ଟଙ୍କାର ଇନଷ୍ଟାଂଟ କ୍ୟାସବ୍ୟାକ ଦେବ । ହେଲେ ଏଥିପାଇଁ ଆପଣଙ୍କୁ ନୂଆ ଫୋନରେ ଜିଓ ସିମ୍ ପକାଇବାକୁ ହେବ ଆଉ ପ୍ରଥମ ରିଚାର୍ଜ ୧୯୮ ଟଙ୍କା କିମ୍ବା ୨୯୯ ରିଚାର୍ଜ କରିବାକୁ ପଡିବ । ଏହାପରେ ଆପଣଙ୍କୁ ୫୦ ଟଙ୍କାର ୪୪ଟି ରିଚାର୍ଜ ଭାଉଚର ମିଳିବ । ଯାହାକି ଆପଣଙ୍କ ‘ମାଇ ଜିଓ ଆପ’ରେ ଜମା ହୋଇଯିବ । ତେବେ ଜିଓ ଫୁଟବଲ ଅଫରଟି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ।
ଏବେ ଆସନ୍ତୁ ନଜର ପକାଇବା କେଉଁ ସ୍ମାର୍ଟଫୋନ ଉପରେ ମିଳୁଛି କ୍ୟାସବ୍ୟାକ
ଦେଶରେ ବିକ୍ରି ହେଉଥିବା ପାଖାପାଖି ସମସ୍ତ ସ୍ମାର୍ଟଫୋନ ଉପରେ ଏହି ଅଫରଟି ଲାଗୁ ଅଟେ, ମାତ୍ର ସ୍ମାର୍ଟଫୋନରେ ୪ଜି ସପୋର୍ଟ ଥିବା ନିହାତି ଜରୁରୀ । ତେବେ ଏହି ତାଲିକାରେ LYF, Samsung, Xiaomi, Motorola, Micromax, Huawei, Nokia, 10.or (Amazon), Blackberry, Asus, Panasonic, LG, Intex, Alcatel, Comio, Jivi, Celkon, Swipe, Ziox, Zen, iVoomi ଏବଂ Centric ଭଳି ସ୍ମାର୍ଟଫୋନଗୁଡିକର ନାଁ ଆଦି ସାମିଲ ରହିଛି ।