ବିଲାତି ବିକି କୋଟିପତି: ମହାରାଷ୍ଟ୍ରର ପୁନେର ଚାଷୀ ତୁକାରାମ ଏବେ ଚର୍ଚ୍ଚାରେ

484

କନକ ବ୍ୟୁରୋ: ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ଗତ କିଛି ଦିନ ହେବ ଟମାଟୋ ସହ ବିଭିନ୍ନ ପନିପରିବା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ପନିପରିବା କିଣିବାକୁ ଡ଼ରିଲେଣି । ତେବେ ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଏକ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି । ତୁକାରାମଙ୍କ ପାଖରେ ୧୮ ଏକର ଜମି ରହିଛି । ସେଥିରୁ ୧୨ ଏକର ଜମିରେ ସେ ଟମାଟୋ ଚାଷ କରିଛନ୍ତି । ରିପୋର୍ଟ ଅନୁସାରେ, ନାରାୟଣଗଂଜର ତୁକାରାମ ଟମାଟୋ ଏକ କ୍ରେଟ ବିକ୍ରି କରି ଗୋଟିଏ ଦିନରେ ୨ ହଜାର ଏକ ଶହ ଟଙ୍କା ରୋଜଗାର କରନ୍ତି । ଟମାଟୋ ଦର ଆକାଶ ଛୁଆଁ ହେବା ଟମାଟୋ ଚାଷୀଙ୍କୁ ବେଶ୍ ଲାଭ ଦେଇଛି । ପୁନେ ଜିଲ୍ଲାର ଜୁନ୍ନାର ଠାରେ ବହୁ କଷକ ଟମାଟୋ ଚାଷ କରଥିିବାବେଳେ ଏବେ ଅଧିକାଂଶ ମାଲେମାଲ ହୋଇଛନ୍ତି । ସ୍ଥାନୀୟ ବଜାର ସମତି ଟମାଟୋ ବିକ୍ରି କରି ଗୋଟିଏ ମାସରେ ୮୦ କୋଟି ଟଙ୍କା କାରବାର କରିଛି । ଶହେରୁ ଅଧିକ ମହିଳାଙ୍କୁ ରୋଜଗାର ମଧ୍ୟ ମିଳିଛି । ତେବେ କେବଳ ମହାରାଷ୍ଟ୍ରର ଚାଷୀମାନେ ଟମାଟୋ ବିକି ଲାଭବାନ ହୋଇନାହାନ୍ତି କର୍ଣ୍ଣାଟକରେ ମଧ୍ୟ ଗୋଟିଏ ପରିବାର ଚଳିତ ସପ୍ତାହରେ ଟମାଟୋ ବିକ୍ରି କରି ୩୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।