ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ ଦାବି ।

78

କନକ ବ୍ୟୁରୋ: ବିଭିନ୍ନ ଦାବୀ ନେଇ ସିପିଏମ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୃଦ୍ଧ, ବିଧବା ଓ ଅସହାୟ ମାନଙ୍କ ଭତ୍ତାକୁ ୫ଶହ ଟଙ୍କାରୁ ବୃଦ୍ଧି କରି ସର୍ବନିମ୍ନ ୩ହଜାର ଟଙ୍କା କରିବା ଦାବି କରି ପ୍ରତିବାଦ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଭତ୍ତା ବୃଦ୍ଧି ଥିବା ବେଳେ ଆମ ରାଜ୍ୟରେ ୧୯୮୫ମସିହା ଠାରୁ ଏସବୁ ଭତ୍ତା ଅପରିବର୍ତ୍ତିତ ରହିଥିବା ଅଭିଯୋଗ ହୋଇଛି ।

ଦରଦାମ ବୃଦ୍ଧି ବେଳେ ହିତାଧିକାରୀଙ୍କୁ ଏହି ଭତ୍ତା ସହାୟତା ଅସମ୍ମାନ ସଦୃଶ୍ୟ ବୋଲି କହିଛନ୍ତି ସିପିଏମ୍ ଜିଲ୍ଲା ସଂପାଦକ । ଏ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଭତ୍ତା ରାଶି ପରିବର୍ତ୍ତନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ସିପିଏମ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।