ସ୍ତ୍ରୀର ମୁଣ୍ଡଗଣ୍ଡି ଅଲଗା କରିଦେଲା ସ୍ୱାମୀ : ହତ୍ୟା ପରେ ମୁଣ୍ଡଧରି ଘରକୁ ଫେରିଲା ଅଭିଯୁକ୍ତ

2,043

କନକ ବ୍ୟୁରୋ : ଚାଷ ଜମିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା । ଆଉ ବଚସାରୁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ହତ୍ୟା କରିବାପରେ ସ୍ତ୍ରୀର କଟାମୁଣ୍ଡ ଆଣି ଘର ସାମ୍ନାରେ ରଖିଲା । ଏହିଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗାଁରେ । ସ୍ୱାମୀ ସ୍ତ୍ରୀ ଜମିରେ ଚାଷ କରିବାପାଇଁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ସାମାନ୍ୟ ବଚସାରୁ ଛତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ମୃତ ଦେହ ଚାଷ ଜମିରେ ପଡି ରହିଥିବା ବେଳେ ମୁଣ୍ଡ ନେଇ ଘରେ ପହଂଚିଥିଲା ଅଭିଯୁକ୍ତ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ପ୍ରତିଦିନ କିଛି ନା କିଛି କାରଣରୁ ଝଗଡା ଲାଗିରହୁଥିଲା । ଆଉ ଏବେ ପୁଣି ଚାଷ ଜମିରେ ଝଗଡା ବେଳେ ସ୍ତ୍ରୀ ମୁଣ୍ଡ କାଟି ଦେଇଛି ସ୍ୱାମୀ । ଘଟଣାସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ ଅଟକ ରଖିଥିବ ବେଳେ ଅଧିକ ଛାନଭିନ୍ ଆରମ୍ଭ କରିଛି ।