ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ : ବିବାହ ଭୋଜି ଚାଲିଥିବା ବେଳେ ମହୁ ଫେଣାରେ ବାଜିଥିଲା ଚୂଲି ଧୂଆଁ

188

କନକ ବ୍ୟୁରୋ : ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ । କେନ୍ଦ୍ରାପଡା ମହାକାଳପଡା ନନ୍ତାରରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଉଛନ୍ତି ବନମାଳି ଜେନା । ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜି ଚାଲିଥିବା ବେଳେ ଚୂଲିର ଧୂଆଁ ମହୁ ଫେଣାରେ ବାଜିଥିଲା ।

ଯାହା ଫଳରେ ମହୁଫେଣାରୁ ଶହଶହ ମହୁମାଛି ଅତର୍କିତ ଭାବେ ସମସ୍ତଙ୍କୁ ଗୋଡାଇ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବନମାଳି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।