ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ଓଲଟି ଜଣେ ମୃତ : ପହଁରି ପହଁରି କୂଳକୁ ଆସିଲେ ୨ ଜଣ

128

କନକ ବ୍ୟୁରୋ : ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା । ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ୨ ଜଣ ଉଦ୍ଧାର ହୋଇଛନ୍ତି । ମାଛ ମାରିବାକୁ ଏହି ତିନି ଜଣ ଡ୍ୟାମ ଭିତରକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ।

ଡଙ୍ଗାରେ ଥିବା ତିନିଜଣ ପାଣିରେ ବୁଡିଯାଇଥିଲେ । ହେଲେ ୨ଜଣ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜ ଥିଲେ । ନିଖୋଜ ଖବର ପାଇ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମବାସୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜଣକ ହେଉଛନ୍ତି କୃପା ବେନିଆ ।