ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା, ୩ଘଂଟାରେ କିଭଳି ୫ଜଣ ଅପରାଧୀଙ୍କୁ ଗିରଫ କଲା ପୁଲିସ?

140

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ ମାମଲାରେ ଗୋଟେ ପଟେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଚର୍ଚ୍ଚାରେ ରହିଛି ୩ଘଂଟାର ତଦନ୍ତ ପ୍ରକିୟା । କାରଣ ଏହି ୩ଘଂଟା ଭିତରେ ହିଁ ବିଭତ୍ସ ହତ୍ୟାକାଣ୍ଡର ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ଦିଲ୍ଲୀ ପୁଲିସ । ଏବେ ଆସନ୍ତୁ ଜାଣିବା

• କେମିତି ୩ଘଂଟା ଭିତରେ ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଁଚିପାରିଲା?
• ଅପରାଧୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ରଣନୀତି କଣ ରହିଥିଲା?
• କେତୋଟି ଟିମ୍ ଗଠନ କରିଥିଲା ଦିଲ୍ଲୀ ପୁଲିସ ?

ସେଦିନର ରାତିରେ ଦିଲ୍ଲୀ ପୁଲିସ କରିଥିବା ନିଜର ଏହି ସ୍ୱତନ୍ତ୍ର ମିଶନର ସମସ୍ତ ଉତର ରଖିଛନ୍ତି ଦିଲ୍ଲୀ ପୁଲିସର ସିପି ସାଗରପ୍ରୀତ ହୁଡ୍ଡା ।

• ଜାନୁଆରୀ ୧ ତାରିଖ ରାତି ୨ଟା । ପୁଲିସକୁ ନିକଟକୁ ଆସେ ପ୍ରଥମ ପିସିଆର କଲ
• ଖବର ମିଳିଥିଲା ଏକ ବାଲେନୋ କାର ଦୁର୍ଘଟଣା କରି ଫେରାର ହୋଇଛି
• ରାତି ୩ଟା ୨୪ରେ ଆଉ ଏକ ପିିସିଆର କଲ ଆସେ ଓ ସ୍କୁଟି ଦୁର୍ଘଟଣା ବାବଦରେ ସୂଚନା ଦିଏ
• ସୂଚନା ପାଇବା ପରେ ତଥ୍ୟ ଯୋଗାଡ଼ ଆରମ୍ଭ କରେ ଦିଲ୍ଲୀ ପୁଲିସ
• ସୂଚନା ମିଳେ ସ୍କୁଟି ଚଳାଉଥିବା ମହିଳାଙ୍କୁ ଏକ ଧୁସର ରଙ୍ଗର କାର ଧକ୍କା ଦେଇ ୪କିଲୋମିଟର ଘୋଷାଡ଼ି ନେଇଛି
• ରାତି ୪ଟା ୧୧ରେ ଆଉ ଏକ କଲ ଆସିଲା ଓ ସୂଚନା ମିଳେ ମହିଳାଙ୍କ ମୃତ ଶରୀର ଜୋନ୍ତି ଗାଁ ନିକଟରେ ପଡି ରହିଛି
• ଖବର ପାଇଁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଦେବେନ୍ଦ୍ର ପାଠକ ତୁରନ୍ତ ୪ଟି ଟିମ ଗଠନ କଲେ
• ଜଣେ ଲେଖାଏଁ ଏସପି ପ୍ରତ୍ୟେକ ଟିମର ନେତୃତ୍ୱ ନେଲେ ଓ ସମସ୍ତଙ୍କୁ ଭିନ୍ନ ଭିନ୍ନ ଦିଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା ।
• ପ୍ରଥମ ଟିମକୁ ରୋହିଣୀ ଡିସିପିଙ୍କୁ ସହଯୋଗ ଓ ସମ୍ପୃକ୍ତ ଅଂଚଳର ସିସିଟିଭ ଯାଂଚ ଦାୟିତ୍ୱ ଦିଆଗଲା
• ୨ୟ ଟିମକୁ କାରକୁ ଚିହ୍ନଟ, ଠାବ ଓ କାର ମାଲିକଙ୍କୁ ଅଟକ ରଖିବାକୁ କୁହାଗଲା ।
• ୩ୟ ଟିମକୁ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଗଲା
• ୪ର୍ଥ ଟିମକୁ ରୋହିଣୀ ଅଧିନରେ ଥିବା ହସିପିଟାଲର ତଥ୍ୟ ଓ ପୀଡିତାଙ୍କ ଖବର ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଗଲା ।

ସିସିଟିଭି ଫୁଟେଜ ଆଧାରରେ ଗାଡିର ମାଲିକ ଲୋକେଶଙ୍କୁ ଠାବ କରାଯାଇ ଅଟକ ରଖିବାକୁ ସକ୍ଷମ ହୁଏ ପୁଲିସ । ଜେରା ସମୟରେ ଲୋକେଶ କହିଥିଲେ ସେ ତାଙ୍କର ବନ୍ଧୁ ଆଶୁତୋଷଙ୍କୁ କାର ଦେଇଥିଲେ । ଯିଏକି ନିଜର ୫ଜଣ ବନ୍ଧୁଙ୍କ ସହ କାର ନେଇ ନୂଆବର୍ଷ ବୁଲିବାକୁ ଯାଇଥିଲେ । ଏହିଠାରୁ ହିଁ ୫ଜଣ ଅଭିଯୁ୍କ୍ତଙ୍କ ସୁରାକ ପାଇଥିଲା ପୁଲିସ । ଏହିପରି ଭାବେ ୩ଘଂଟା ଭିତରେ କାରକୁ ଠାବ କରିବା ୩ଘଂଟା ଭିତରେ ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୁଲିସ ।

ତେବେ ଦିଲ୍ଲୀ ପୁଲିସ ତଦନ୍ତ ପ୍ରକିୟା ଉପରେ ପ୍ରଶ୍ନ ଉଠାଇଛନ୍ତ ଅଂଜଳିଙ୍କ ପରିବାର । ନ୍ୟାୟ ଦାବି ପାଇଁ ଧାରଣାରେ ବସିବା ସହ ଦିଲ୍ଲୀ ପୁଲିସ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି ।
ଦିନ ଯେତିକି ଗଡୁଛି ଦିଲ୍ଲୀ ହିଟ୍ ଆଣ୍ଡ ରନ ମାମଲାକୁ ନେଇ ସେତିକି ସନ୍ଦେହ ବଢୁଛି । ଏହି ସନ୍ଦେହକୁ ଅଧିକ ଘନୀଭୂତ କରୁଛି ନୂଆ ସିସିଟିଭି ଭିଡିଓ । ସବୁଠୁ ବଡ କଥା ହେଉଛି ପ୍ରତ୍ୟେକ୍ଷଦର୍ଶୀ ଓ ଅଭିିଯୁକ୍ତଙ୍କ ବୟାନ ସହ ତାଳମେଳ ଖାଉନି ସିସିଟିଭି ଭିଡିଓ । ଏବେ ଦେଖିବାକୁ ବାକି ରହିଲା ଦିଲ୍ଲୀର ଏହି ଚର୍ଚ୍ଚିତ ହିଟ ଆଣ୍ଡ ରନ ମାମଲା ପୂରା ସତ କେବେଳ ସାମ୍ନାକୁ ଆସିବ ।