ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ ନିଆଯାଇଛି ଦସ୍ତଖତ

242

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ପଇସା ବିବାଦରେ ବଢ଼ୁଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ମୋଇତ୍ରାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଟିଏମସି ସାଂସଦ, ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି   । ଏଥିସହ ସଂସଦ ଆକାଉଁଟର ଲଗଇନ ଓ ପାସୱାର୍ଡ ମଧ୍ୟ ମୋହୁଆ ତାଙ୍କ ସହ ସେୟାର କରିଥିବା କହିଛନ୍ତି ହୀରାନନ୍ଦାନୀ । ଏଥିସହ ସେ କହିଛନ୍ତି ମହୁଆଙ୍କ ଆକାଉଁଟରେ ସେ ପ୍ରଶ୍ନ ଅପଲୋଡ ମଧ୍ୟ କରୁଥିଲେ । ମୋଦୀ ଓ ଆଦାନୀଙ୍କୁ ଟାର୍ଗେଟ କରିବା ପାଇଁ ସେ ରାହୁଲ ଗାନ୍ଧୀଙ୍କ ସହ ଲଗାତାର ସର୍ମ୍ପକରେ ରହୁଥିଲେ ମହୁଆ । ବିଦେଶୀ ସାମ୍ବାଦିକଙ୍କ ସହାୟତା ମଧ୍ୟ ନେଉଥିେଲେ । ଆଦାନୀଙ୍କ ବିରୋଧରେ ସ୍ୱର ଉତୋଳନ ପାଇ ଟିଏମସି ସାଂସଦ ମହୁଆ ମୋଇତ୍ରା ମୋଟା ଅର୍ଥର ଲାଂଚ ନେଇଛନ୍ତି । ସେପଟେ ଜବାବ ରଖି ମହୁଆ କହିଛନ୍ତି ହୀରାନନ୍ଦାନୀଙ୍କ ଉପରେ ଚାପ ପକାଇ ସତ୍ୟପାଠରେ ଦସ୍ତଖତ ନିଆଯାଇଛି । ଦୁଇ ପୃଷ୍ଠା ବିଶିଷ୍ଟ ଏକ ବିବୃତିକୁ ମହୁଆ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପାଲଟା ଜବାବ ରଖିଛନ୍ତି । ନିକଟରେ ବିଜେପି ସାଂସଦ ମହୁଆଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ କି ସଂସଦରେ ୫୦ଟି ପ୍ରଶ୍ନ ପଚାରିବା ପାଇଁ ସେ ମୋଟା ଅର୍ଥର ଲାଂଚ ଓ ଉପହାର ନେଇଛନ୍ତି ।