ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା ଓ ରୂପା ଦର

276

କନକ ବ୍ୟୁରୋ : ଇସ୍ରାଏଲ ସେନାର ମନୋବଳ ବୃଦ୍ଧି କରୁଛନ୍ତି ଇସ୍ରାଏଲ ନାଗରିକ । କେବଳ ଖ।।ଦ୍ୟପାନୀୟ ଯୋଗାଉନାହାଁନ୍ତି ବଂର ସେମାନଙ୍କ କେଶ ବିନ୍ୟାଶ ମଧ୍ୟ କରୁଛନ୍ତି । ସେନା ନିକଟରେ ଶହ ଶହ ଲୋକ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ସେନାର ଯବାନଙ୍କୁ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଗାଜାରେ ପ୍ରାୟ ୧୧ହଜାର ସେନା ମୃତୟନ ଅଛନ୍ତି । ଗୋଟେ ପଟେ ଯୁଦ୍ଧ ଚାଲିଛି ଅନ୍ୟପଟେ ନିଜ ସେନାକୁ ମନୋବଳ ବୃଦ୍ଧି କରିବାକୁ ଆଗକୁ ଆଗେଇଆସିଛନ୍ତି ଇସ୍ରାଏଲବାସୀ ।

ଯୁଦ୍ଧକୁ ୧୪ ଦିନ ସେପଟେ ଗାଜାରେ ବିଗୁଡୁଛି ସ୍ଥିିତି । ଏହା ଭିତରେ ସେଠାରେ ଥିବା ଭାରତୀୟଙ୍କୁ ବାହର କରିବା ଏକ ବଡ ଚ୍ୟାଲେଜ ବୋଲି କହିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ସାମ୍ବାଦିକ ସମ୍ମିଳନ କରି ଭାରତୀୟ ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯୁଦ୍ଧରେ ସବୁଠୁ ଅଧିକ ପ୍ରଭାବିତ ଗାଜରେ ଥିବା ଲୋକଙ୍କୁ ଉଦ୍ଧାର କରିବା ବେଶ ମୁସ୍କିଲ ହୋଇପଡିଛି । ଏଠାରେ କିଛି ଭାରତୀୟ ରହିଛନ୍ତି । ତେବେ କୌଣସି ଭାରତୀୟଙ୍କ ମୃତ୍ୟୁ ହୋଇନି କେବଳ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅପରେସନ ଅଜୟରେ ଏବେ ସୁଦ୍ଧା ୧୨ଶହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।

ଅନ୍ୟପଟେ ଯୁଦ୍ଧ ପ୍ରଭାବରେ ସୁନା ଓ ରୂପାର ଦର ଆକାଶ ଛୁଆଁ ହୋଇଛି । ସୁନା ୧୦ ଗ୍ରାମ ପ୍ରତି ୬୨ ହଜାର ଟଙ୍କା ପାର କରିଥିବା ବେଳେ ରୂପାର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ଆଗକୁ ବାହାଘର ଋତୁ ଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଲେଣି ଲୋକେ ।