ଭଙ୍ଗ ହେବ ମହାରାଷ୍ଟ୍ର ବିଧାନସଭା! ଶିବସେନା ନେତା ସଞ୍ଜୟ ରାଉତଙ୍କ ଟ୍ୱିଟ ପରେ ବଢିଲା ସଙ୍କଟ।

233

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଧାନସଭା ଭଙ୍ଗ ହୋଇପାରେ । କିଛି ଏଭଳି ଟ୍ୱିଟ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଆହୁରି ଘନେଇବାରେ ଲାଗିଛି । ଏକାନାଥ ସିନେ୍ଧ ଗୁଆହାଟୀରେ ପଞ୍ଚିଥିବା ବେଳେ ଏପଟେ ଦଳ ଭିତରେ ଅସ୍ଥିରତା ଲାଗିରହିଛି । ବର୍ତ୍ତମାନ ସ୍ଥିତିରେ ବିଧାନସଭା ଭଙ୍ଗ କରିବା ପାଇଁ ସଞ୍ଜୟ ଏକପ୍ରକାର ସଙ୍କେତ ଦେଇସାରିଛନ୍ତି ।

ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନେ୍ଧ ନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି ।