‘ଅର୍ଥବ୍ୟବସ୍ଥାକୁ ବର୍ବାଦ କରିବାକୁ ଚାହୁଁଛନ୍ତି କିଛି ଦଳ’, ମାଗଣାକୁ ନେଇ ରାଜନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ।

129

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଯାଇ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି ମାଗଣା ଯୋଜନାକୁ ବିରୋଧ କରିଛନ୍ତି । ରାଜ୍ୟରେ ୭୫ ହଜାର କୋଟିର ବିକାଶ କାର୍ଯ୍ୟର ରବିବାର ଶୁଭାରମ୍ଭ ହୋଇଛି । ମୋଦୀ ଏହି ଅବସରରେ କହିଛନ୍ତି, ଆଜି ରାଜ୍ୟର ବିକାଶରେ ୧୧ ତାରା ଥିବା ମହାନ ନକ୍ଷତ୍ରର ଉଦୟ ହୋଇଛି । ୭୫ ବର୍ଷର ଅମୃତ ମହୋତ୍ସବରେ ୭୫ ହଜାର କୋଟିର ବିକାଶ କାର୍ଯ୍ୟ ପାଇଁ ମହାରାଷ୍ଟ୍ର  ତଥା ରାଜ୍ୟର ଜନତାଙ୍କୁ ଶୁଭେଚ୍ଛା ।

ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ କହିଥିଲେ ଯେ, ଆଜିର ଏହି ଆୟୋଜନ ଏହି କଥା ପ୍ରମାଣ କରିଛି ଡବଲ ଇଞ୍ଜିନର ସରକାର ମହାରାଷ୍ଟ୍ରରେ ଦ୍ରୁତ ଗତିରେ କାମ କରୁଛି । ସମୃଦ୍ଧି ମହାମାର୍ଗ ମୁମ୍ବାଇ ଏବଂ ନାଗପୁର ମଧ୍ୟରେ ଦୂରତା କମାଇବାରେ ଲାଗିଛି । ଏହା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ମଧ୍ୟ ଆଧୁନିକ ସୁବିଧା ସୁଯୋଗରେ ଯୋଡାଯାଇଛି । ସାରା ଦେଶର ବିକାଶ ପାଇଁ ରାଜ୍ୟର ବିକାଶ ମହତ୍ତ୍ୱପୂର୍ଣ୍ଣ ବୋଲି ମୋଦୀ କହିଥିଲେ ।