ତ୍ରିକୋଣୀୟ ପ୍ରେମରୁ ହତ୍ୟା, କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ରେ ହତ୍ୟା। 

293

କନକ ବ୍ୟୁରୋ: ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ନୟାଗଡ଼ାରେ ହତ୍ୟା । ମୃତଦେହ ଖୋଜୁଛି ପୁଲିସ । ପ୍ରେମରେ ପ୍ରତାରଣା ଯେ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ । ସ୍ତ୍ରୀ ଅନ୍ୟ ଜଣଙ୍କ ପ୍ରେମରେ ପଡିବା ପରେ ପ୍ରେମିକକୁ ଜୀବନରୁ ହଟାଇ ଦେଇଛି ସ୍ୱାମୀ । ଏଭଳି ଅଭିଯୋଗର ତଦନ୍ତ କରୁଛି ନୟାଗଡ଼ ପୁଲିସ । ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ବେଳେ ନିଖୋଜ ଶ୍ରୈଳେନ୍ଦ୍ରଙ୍କୁ ଖୋଜୁଛି ପୁଲିସ ।

ସୂଚନା ମୁତାବକ ନୟାଗଡ଼ର ଦୀପୁ ସାହୁ ଏବଂ ତାଙ୍କ ପତ୍ନୀ କଟକରେ ରହୁଥିବା ବେଳେ ଦୀପୁ ଦହିବରା ଦୋକାନ କରିଥିଲେ । ଏହି ସମୟ ମଧ୍ୟରେ ଦୀପୁଙ୍କ ପତ୍ନୀ ଆଉ ଜଣେ ଯୁବକ ଶୈଳେନ୍ଦ୍ରଙ୍କୁ ଭଲ ପାଇବସିଥିଲେ । ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଜାଣିବା ପରେ ଦୀପୁ ତାଙ୍କ ପତ୍ନୀଙ୍କୁ ଗାଁକୁ ନେଇଯାଇଥିଲେ । ହେଲେ ଗାଁରେ ରହିବି ପତ୍ନୀ ଶୈଳେନ୍ଦ୍ରଙ୍କ ସହ ଯୋଗାଯୋଗରେ ରହୁଥିଲେ । ଏକଥା ଜାଣିବା ପରେ ଶୈଳେନ୍ଦ୍ରଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଦୀପୁ । ଶୈଳେନ୍ଦ୍ରଙ୍କୁ ତାଙ୍କ ଗାଁ ମହୀପୁରକୁ ଆସିବାକୁ ପତ୍ନୀଙ୍କ ମୋବାଇଲରୁ ମେସେଜ କରିଥିଲା ଦୀପୁ । ଆଉ ମେସେଜ ପାଇ ଶୈଳେନ୍ଦ୍ର ଗତ ଡିସେମ୍ବର ୩ ତାରିଖରେ ନୟାଗଡ଼ ଆସିଥିଲା । ସେବେଠୁ ସେ ଆଉ ଘରକୁ ଫେରିନାହାଁନ୍ତି । ନିଖୋଜ ନେଇ ଶୈଳେନ୍ଦ୍ରଙ୍କ ପରିବାର ଲୋକ ପ୍ରଥମେ କଟକ ପରେ ନୟାଗଡ଼ର ନୂଆଗାଁ ଥାନରେ ଏନେଇ ଅଭିଯୋଗ କରିଥିଲେ । ଦୀପୁ ଏବଂ ତାଙ୍କ ପତ୍ନୀ ଶୈଳେନ୍ଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।