ଆରମ୍ଭ ହେଲା ୨୦୨୪ ପାଇଁ ଅଙ୍କକଷା । ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ।

157

କନକ ବ୍ୟୁରୋ: ୨୪ ପାଇଁ ଅଙ୍କକଷା । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ, ସେନେଇ ଆରମ୍ଭ ହୋଇଯାଇଛି ରଣନୀତି । ସେହିପରି ଆସନ୍ତା ୧୭ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପଦାଧିକାରୀ ଏବଂ କୋର୍ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ପଦ୍ମପୁରରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ତା’ର ସଂଗଠନକୁ ସୁଦୃଢ଼ କରିବା ପାଇଁ ଅଂଟା ଭିଡ଼ିଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ରାଜ୍ୟର କଂଗ୍ରେସ ପ୍ରଭାରୀ ସଂଗଠନ ସୁଦୃଢ଼ ଓ କ୍ରିୟାଶୀଳ ପାଇଁ ମାସକୁ ୧୦ ଦିନ ସମୟ ଦେବେ । ଏହାସହ ଆସନ୍ତା ୧୮ ତାରିଖରେ କଂଗ୍ରେସ ପ୍ରଭାରୀ ଚେଲା କୁମାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ଦଳ ସମୀକ୍ଷା କରିବା ସହ ରହିବ ।