ବନ୍ଧା ହେଲେ ଲୁଟେରା ଗ୍ୟାଙ୍ଗ : ଦାମୀ ଗାଡି ସହ ସୁନା ଅଳଙ୍କାର ଓ ମୋବାଇଲ ଫୋନ୍ ଜବତ, ପୂର୍ବରୁ ବିଧାନସଭା ଏଏସ୍ଓଙ୍କ ଘରେ କଳାକନା ବୁଲାଇଥିଲେ ଲୁଟେରା

552

କନକ ବ୍ୟୁରୋ : ବନ୍ଧା ହେଲେ ଲୁଟେରା ଗ୍ୟାଙ୍ଗ । ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଲୁଟ କରିବା ପୂର୍ବରୁ ଏମାନେ ପ୍ରଥମେ ରେକି କରନ୍ତି । ଗିରଫ କରିବା ପରେ ପୋଲିସ ଏମାନଙ୍କ ନିକଟରୁ ଦୁଇଟି ଗାଡି, ୪୦ ଗ୍ରାମ ସୁନା ଅଳଙ୍କାର, ଏଲସିଡି ଟିଭି, ଲାପଟପ, ସାମସଙ୍ଗ ଟ୍ୟାବ, ମୋବାଇଲ ଫୋନ୍, ସାଉଣ୍ଡ ବକ୍ସ, ଘଂଟା ଜବତ ହୋଇଛି । ନିକଟରେ ୟୁନିଟ୍ ୬ ଆଇଭିଆର ୨୧୯ରୁ ଲୁଟ୍ ହୋଇଥିଲା । ବିଧାନସଭା ଏଏସଓ ପ୍ରଣବ ପଣ୍ଡାଙ୍କ ଘରୁ ଲୁଟ୍ ହୋଇଥିଲା । ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ କଳାକନା ବୁଲାଇଥିଲେ ଲୁଟେରା ।