ସାମ୍ନାକୁ ଆସିଲା ଡାଇବେଟିସର ନୂଆ ଲକ୍ଷଣ । ଜଣାପଡିଲେ ତୁରନ୍ତ କରାନ୍ତୁ ପରୀକ୍ଷା

742

କନକ ବ୍ୟୁରୋ: କେବେ କେବେ ମଧୁମେହ ବା ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି, ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ ।

ଦିନକୁ ଦିନ ଆମ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ଅଧିକାଂଶ ଟାଇପ୍ -୨ ଡାଇବେଟିସ୍ । ଏହାର କିଛି ସାଧାରଣ ଲକ୍ଷଣ ଜଣାପଡିଥିଲେ ବି ଏବେ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଛି ବୋଲି ଦାବି କରିଛନ୍ତି ବିଶେଷଜ୍ଞ । ଯଦି ଆପଣଙ୍କ ମୁହଁରୁ ଆସାମାନ୍ୟ ଗନ୍ଧ ବାହାରୁଛି ଏହାର ଅର୍ଥ ଆପଣଙ୍କ ବ୍ଲଡ ସୁଗାର ଅଧିକ ହୋଇପାରେ । ଅନ୍ୟ ଅର୍ଥରେ ଆପଣଙ୍କୁ ଡାଇବେଟିସ୍ ହେବାର ଏହା ହେଉଛି ଆଉ ଏକ ଲକ୍ଷଣ । ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି ।

ୱେଟୱଚର୍ସଙ୍କ ଅନୁସାରେ, ‘ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।