ବ୍ରହ୍ମପୁର ଲଜ୍ଜା, ତେଜିଲା ପ୍ରତିବାଦ: ରାସ୍ତାକୁ ଓହ୍ଲାଇବା ବିଜେପି ମହିଳା ମୋର୍ଚ୍ଚା

122

କନକ ବ୍ୟୁରୋ: ବ୍ରହ୍ମପୁରରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଜେପିର ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚାର ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳାମାନେ ବ୍ରହ୍ମପୁର ଏସ୍ପି ଅଫିସ୍ ସମ୍ମୁଖରେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ଅଭିଯୋଗ କରିବା ସହ ବିଭିନ୍ନ ଦାବି ସମ୍ମଳିତ ଏକ ଅଭିଯୋଗ ପତ୍ର ଦେଇଛି ବିଜେପି ମହିଳା ମୋର୍ଚ୍ଚା । ବ୍ରହ୍ମପୁରର ବୈଦନାଥପୁର ଥାନା ଅଂଚଳରେ ଘଟିଥିବା ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ କରାଯାଇଥିଲା । ତେବେ ପୋକ୍ସୋ କୋର୍ଟ ଜାମିନ୍ ନାମଞ୍ଜୁର କରିବା ପରେ ସମସ୍ତଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ତେବେ ଏହି ପାଶବିକ ଅତ୍ୟାଚାର ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୁଲିସ୍ । ଏଭଳି ଘଟଣାରେ କାହାରିକୁ ଛଡ଼ା ଯିବ ନାହିଁ, ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି, ଏସ୍ପି ଦାୟୀତ୍ୱରେ ଥିବା ଡିଆଇଜି ସାର୍ଥକ ଷଡ଼ଙ୍ଗୀ ।

ଥାନାରେ ହୋଇଥିବା ଏତଲା ଅନୁସାରେ, ନାବାଳିକା ଛାତ୍ରୀ ଜଣଙ୍କ ତାଙ୍କ ବାପାଙ୍କୁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଏହି ସମୟରେ ଖରାରେ ଏତେ ସମୟ କାହିଁକି ଅପେକ୍ଷା କରିବ କହି ପୁରୁଷ ବନ୍ଧୁ ଜଣଙ୍କୁ ନାବାଳିକାଙ୍କୁ ତାଙ୍କ ରୁମକୁ ନେଇ ଯାଇଥିଲେ । ଆଉ ଘରେ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ଦୁଷ୍କର୍ମ କରିଥିଲେ । ଏଥିରେ ଆହୁରି କିଛି ସାଙ୍ଗ ସହଯୋଗ କରିଥିବା ଅଭିଯୋଗ ରହିଛି ।