ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ଉପଚାର ପାଇଁ ଚାଲିଛି ଗୁପ୍ତ ନୀତ, ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଫୁଲୁରି ତେଲ

147

କନକ ବ୍ୟୁରୋ: ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି ପଥୀ ଓ ବିଶେଷ ତେଲ ଯାହାକୁ କୁହାଯାଏ ଫୁଲୁରି ତେଲ । ଅଣସର ଘରେ ଥିବା ବଡଠାକୁର.ମା’ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କଠାରେ ଆଜି ଲାଗି ହେବ ଏହି ଫୁଲୁରି ତେଲ । ଫଳରେ ଜ୍ୱରରୁ ଆରୋଗ୍ୟ ହେବେ ଜଗତ ଗୋସାଇଁ ।