ଜୁଏଲାରୀ ମାଲିକଙ୍କଠୁ ୫୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ : ଘଟଣାସ୍ଥଳରେ ପୋଲିସର ତନାଘନା

114

କନକ ବ୍ୟୁରୋ : ସୁନା ଗହଣା ଲୁଟିନେଲେ ଲୁଟେରା । ଜଣେ ଜୁଏଲାରୀ ମାଲିକଙ୍କଠାରୁ ଲୁଟେରା ୫୦ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଝାମ୍ପି ନେଇଛନ୍ତି । ଭଦ୍ରକ ବାସୁଦେବପୁର ଥାନା ନିକଟ ବେତଡା ବଜାରରେ ଏହି ଲୁଟପାଟ ହୋଇଛି ।

ଗହଣା ବ୍ୟବସାୟୀ ଜଣକ ଘରୁ ଗହଣା ସବୁ ନେଇ ନିଜ ଦୋକାନକୁ ଯାଉଥିବା ବେଳେ ହାଠତ୍ ବାଇକରେ ଦୁଇ ଜଣ ଆସି ଏହି ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ବ୍ୟାଗରେ ପ୍ରାୟ ୫୦ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟ ଗହଣା ଥିବା କହିଛନ୍ତି ବ୍ୟବସୟୀ । ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।