ବିହାର ବେଗୁସୁରାଇ ଗୁଳିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ; ଘଟଣାର ୧୮ଘଣ୍ଟା ପରେ ପୋଲିସ ହାତ ଖାଲି

86

କନକ ବ୍ୟୁରୋ : ବିହାର ବେଗୁସୁରାଇ ଗୁଳିକାଣ୍ଡ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ । ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ । ଘଟଣାର ୧୮ ଘଣ୍ଟା ପରେ ବି ପୋଲିସ ହାତ ଖାଲିପଡ଼ିଛି । ଜିଲ୍ଲାର ସୀମା ସିଲ କରି ସାଇକୋ କିଲରଙ୍କୁ ଖୋଜୁଛି ପୋଲିସ । ଗତକାଲି ଜାତୀୟ ରାଜପଥରେ ଦୁଇ ଜଣ ବାଇକ ଆରୋହି ଆଖିବୁଜା ଗୁଳିମାଡ଼ କରିଥିଲେ । ୩୦ କିଲୋମିଟର ରାସ୍ତାରେ ୪୦ ମିନିଟ୍ ଧରି ଉତ୍ପାତ ମଚାଇଥିଲେ ଦୁଇ ଦୁର୍ବୃତ ।

ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୬ ଜିଲ୍ଲାର ସୀମା ସିଲ କରି ସାଇକୋ କିଲରଙ୍କୁ ଖୋଜୁଛି ପୋଲିସ । ସ୍ଥାନୀୟ ପୋଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ ଜାତୀୟ ରାଜପଥ ୩୧ ଓ ୨୮ରେ ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ।

ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଦୁର୍ବୃତମାନେ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି । ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ।