ଆସନ୍ତାକାଲି ଆସିବ ନିର୍ବାଚନ ତାରିଖ । ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

88

କନକ ବ୍ୟୁରୋ : ଶନିବାର ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ଅପରାହ୍ଣ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ନିର୍ବାଚନ କମିଶନ୍ ।

ତେବେ ତାରିଖ ଘୋଷଣା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ସୂଚନା ରହିଛି ଏପ୍ରିଲରୁ ଜୁନ୍ ମାସ ଭିତରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ । ଲୋକସଭା ନିର୍ବାଚନ ସମେତ ଅରୁଣାଚଳପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍ସିମରେ ବିଧାନସଭା ନିର୍ବାଚନ ହେବ । ତେବେ ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଜର ପକାଇବା ଗତ ନିର୍ବାଚନର କିଛି ତଥ୍ୟ ଉପରେ
୨୦୧୯ରେ ହୋଇଥିଲା କ’ଣ?
୨୦୧୯ ରେ ୭ ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ
୨୦୧୯ ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ହୋଇଥିଲା ମତଦାନ
ଏପ୍ରିଲ ୧୧, ୧୮, ୨୩, ୨୯ ଏବଂ ମେ ୬, ୧୨, ୧୯ ତାରିଖରେ ମତଦାନ ହୋଇଥିଲା
ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା
ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ରେ ୪ଟି ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମତଦାନ
ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ୫ଟି ଲୋକସଭା, ୩୫ ବିଧାନସଭା ଆସନ ପାଇଁ ଭୋଟିଂ
ଏପ୍ରିଲ ୨୩ରେ ୬ଟି ଲୋକସଭା, ୪୨ ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ
ଏପ୍ରିଲ ୨୯ରେ ୬ଟି ଲୋକସଭା, ୪୧ ବିଧାନସଭା ପାଇଁ ଚତୁର୍ଥ ପଯ୍ୟାୟ ଭୋଟ ପଡିଥିଲା
ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଗୋଟିଏ ବିଧାନସଭା ଆସନରେ ହୋଇନଥିଲା ଭୋଟ
ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା
କେନ୍ଦ୍ରରେ ବିଜେପି ୩୦୩ ଓ ଏନଡିଏ ୩୫୩ ଆସନ ଜିତି ସରକାର ଗଢିଥିଲା

ଦୁଇ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପରେ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା ଉପରେ ଜୋର ଦିଆଯାଇଛି । ସୁଖବୀର ସିଂ ସାନ୍ଧୁ ଓ ଜ୍ଞାନେଶ କୁମାର ନିର୍ବାଚନ କମିଶନରଭାବେ ନିଯୁକ୍ତ ହୋଇଛନ୍ତି ।