ମୁମ୍ବାଇର ରିଲାଏନ୍ସ ଡାକ୍ତରଖାନାକୁ ବମରେ ଉଡାଇଦେବାକୁ ଧମକ। ତଦନ୍ତ ଆରମ୍ଭ କଲା ସ୍ଥାନୀୟ ପୋଲିସ।

92

କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲକୁ ଏକ ଅଜ୍ଞାତ ନମ୍ବରରୁ ଧମକ ମିଳିଛି । ଫୋନ କରିଥିବା ବ୍ୟକ୍ତି ଡାକ୍ତରଖାନାକୁ ବମରେ ଉଡାଇଦେବାକୁ ଧମକ ଦେଇଥିବା ବେଳେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ, ପତ୍ନୀ ନିତା ଅମ୍ବାନୀ, ଦୁଇ ପୁଅ ଆକାଶ ଓ ଅନନ୍ତ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିଛି । ଏନେଇ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ପୋଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହି ନମ୍ବର ବାବଦରେ ସମସ୍ତ୍ୟ ତଥ୍ୟ ହାସଲ କରାଯାଇଛି । ସୂଚନା ଅନୁସାରେ ଏହି ନମ୍ବରଟି ମହାରାଷ୍ଟ୍ର ବାହାରର । ଫୋନର ଲୋକେସନ ମଧ୍ୟ ଟ୍ରେସ କରାଯାଇଛି ।

ଦିନ ୧୨ଟା ୫୭ରେ ଡାକ୍ତରଖାନାର ଲାଣ୍ଡଲାଇନ ନମ୍ବରକୁ ଅଜ୍ଞାତ ବ୍ୟକ୍ତି ଫୋନ କରିଥିଲେ । ଫୋନ ଉଠାଇବା ମାତ୍ରେ ସମସ୍ତଙ୍କୁ ମାରିଦେବାକୁ ବ୍ୟକ୍ତି ଜଣଙ୍କ ଧମକ ଦେଇଥିଲେ । ଏହା ସହ ଡାକ୍ତରଖାନାକୁ ଉଡାଇବାକୁ ମଧ୍ୟ ସେ ଧମକ ଦେଇଥିଲେ ।