ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ, ଚଳିତ ଥର ୩ଜଣଙ୍କୁ ମିଳିବ ଏହି ପୁରସ୍କାର ।

270

କନକ ବ୍ୟୁରୋ: ରସାୟନ ବିଜ୍ଞାନ ପାଇଁ ଚଳିତ ଥର ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ । କାରୋଲିନ୍ ଆର୍ ବାର୍ଟୋଜି, ମୋର୍ଟେନ ମେଲଡାଲ, କେ ବରୀ ସାରପଲେସଙ୍କୁ ନୋବେଲ ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଛି । ରସାୟନ ଏବଂ ବାୟୋର୍ଥୋଗୋନାଲ କେମେଷ୍ଟ୍ରିର ବିକାଶ ପାଇଁ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।