ସେପ୍ଟେମ୍ବର ୩୦ ପରେ ବି ଅଚଳ ନହୋଇପାରେ ଦୁଇ ହଜାର ଟଙ୍କିଆ ନୋଟ, ଦିଆଯାଇଥିବା ନିର୍ଦ୍ଧାରିତ ସମୟ ଭିତରେ କେତେ ନୋଟ ଫେରୁଛି ନଜର ରଖିବ ଆରବିଆଇ

263

କନକ ବ୍ୟୁରୋ : ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ହଟାଇବା ପାଇଁ ଆରବିଆଇ ନିଷ୍ପତି ନେବା ପରେ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କ’ଣ ହେବ ୨ହଜାର ଟଙ୍କିଆ ନୋଟର ଭବିଷ୍ୟତ । ସେପ୍ଟେମ୍ବର ପରେ ଯଦି ଆପଣ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ରହୁଛି ତାହାକୁ ମାନ୍ୟତା ମିଳିବା ନେଇ ସୂଚନା ମିଳିଛି । କେତେ ନୋଟ ଆରବିଆଇ ପାଖକୁ ଫେରୁଛି ତାକୁ ଷ୍ଟଡି କରି ପରବର୍ତୀ ଗାଇଡଲାଇନ ଆଣିବ ଆରବିଆଇ । ତେବେ ୨ହଜାର ଟଙ୍କିଆ ନୋଟ ତାର ଲିଗାଲ ଟେଣ୍ଡର ମାନ୍ୟତା ବଜାୟ ରଖିବ ବୋଲି କହିଛି ଆରବିଆଇ

ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତି ପରେ ଯେଉଁମାନଙ୍କ ପାଖରେ ୨ ହଜାର ଟଙ୍କା ରହିଛି ସେମାନେ କ’ଣ କରିବେ ।
– ୨୦୨୩ ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ୍ଗୁଡ଼ିକୁ ବଦଳାଇ ହେବ
– ବ୍ୟାଙ୍କ ଶାଖା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଂଚଳିକ କାର୍ଯ୍ୟାଳୟରେ ସୁବିଧା ମିଳିବ
– ଲୋକମାନେ ଥରକେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ବଦଳାଇପାରିବେ
– ଦିନକୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ବିଜନେସ୍ କରେସ୍ପଣ୍ଡେଂଟ ପାଖରେ ବଦଳାଇ ହେବ
– ଲୋକମାନେ ଯେକୌଣସି ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ବଦଳାଇପାରିବେ
– ନିଜ ପାଖରେ ରହିଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ
– ନଚେତ୍ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ଅନ୍ୟ ଟଙ୍କା ଆଣିପାରିବେ
– ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ସଂପୂର୍ଣ୍ଣ ମାଗଣାରେ ବଦଳାଇ ହେବ
– ନୋଟ୍ ବଦଳାଇବା ପାଇଁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ
– ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ କର୍ମଚାରୀ ମନାକଲେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଜଣାଇପାରିବେ

ବିମୁଦ୍ରାକରଣ ପରେ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନ ନେଇ ବହୁ ପ୍ରଶ୍ନ ଉଠୁଛି । ବିଗତ କିଛି ଦିନ ହେବ ନୋଟ ଗାୟବ ହେବା ଚର୍ଚ୍ଚାର ବିଷୟ ପାଲଟିଥିଲା । କଳାଧନ ଗଚ୍ଛିତ ରଖିବାରେ ଏହି ଦୁଇ ହଜାର ଟଙ୍କା ନୋଟର ପ୍ରମୁଖ ଭୂମିକା ରହିଛି ବୋଲି କୁହାଯାଉଥିଲା । କାରଣ ଅନେକ ବଡ ବଡ ଚଢାଉ ବେଳେ ଦୁଇ ହଜାର ଟଙ୍କିଆ ନୋଟ ମିଳୁଥିଲା । ଏହି କାରଣ ଯୋଗୁଁ ଆରବିଆଇ ଦୁଇ ହଜାର ଟଙ୍କା ନୋଟକୁ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି ।