ବାରବାଟୀ ଲିଜେଣ୍ଡସ ଲିଗ୍ କ୍ରିକେଟ : ହରଭଜନଙ୍କୁ ହରାଇଲେ ଗୌତମ ଗମ୍ଭୀର

400

କନକ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ବାଜି ମାରିଲେ ଗୌତମ ଗମ୍ଭୀର । ଗୁରୁବାର ଲିଗର ଏକାଦଶ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ୭ ୱିକେଟରେ ମଣିପାଲ ଟାଇଟର୍ସକୁ ପରାସ୍ତ କରିଛି । ଟସ୍ ହାରି ବ୍ୟାଟିଂ କରିଥିବା ଟାଇଟର୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୬୧ ରନ୍ । ଜବାବରେ କ୍ୟାପିଟାଲ୍ସ ୧୬ ବଲ୍ ବାକି ଥାଇ ୩ ୱିକେଟ୍ ହରାଇ ମୁକାବିଲାକୁ ଜିତି ନେଇଥିଲା ।

କ୍ୟାପିଟାଲ୍ସ ପକ୍ଷରୁ ହାମିଲଟନ୍ ମାସାକାଜା ସର୍ବାଧିକ ୬୮ ରନ୍ କରିଥିଲେ । ସେହିପରି ରସ ଟେଲର ୨୯, ସୋଲୋମନ ମାୟର ୨୮, ଆସଲେ ନର୍ସ ଓ କ୍ୟାପଟେନ୍ ଗମ୍ଭୀର ୧୫ ରନ୍ କରିଥିଲେ । ଟାଇଟର୍ସର ଜେସି ରାଇଡର ସର୍ବାଧିକ ୭୯ ଓ ମହମ୍ମଦ କୈଫ ୬୭ ରନର ଇନିଂସ୍ ଖେଳିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କ୍ୟାପିଟାଲ୍ସର ମାସାକାଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ ।

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ୍‌ ମ୍ୟାଚ୍‌ ଜୟପୁରକୁ ସ୍ଥାନାନ୍ତରିତ ହୋଇଛି । ପୂର୍ବରୁ ଏହି ମ୍ୟାଚ୍‌ କଟକରେ ଖେଳାଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ଦଶହରା ଦିନ ଫାଇନାଲ୍‌ ପଡୁଥିବାରୁ ସୁରକ୍ଷା ବ୍ୟବସ୍ଥାରେ ସମସ୍ୟା ହେବ ବୋଲି ଆୟୋଜକଙ୍କୁ ଜଣାଇ ଦିଆଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଡିସିପିଙ୍କ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇନଥିଲା । ଫଳରେ ଫାଇନାଲ୍‌ ଜୟପୁରରେ ହେବ ।