ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍ : ପ୍ରାୟ ଘଣ୍ଟାଏ ଧରି ହେଲା ଆଲୋଚନା

84

କନକ ବ୍ୟୁରୋ : ରାଜସ୍ଥାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ପ୍ରାୟ ୧ଘଣ୍ଟା ଧରି ପାଇଲଟ୍ ଓ ସୋନିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସୋନିଆଙ୍କୁ ଭେଟିବା ପରେ ପାଇଲଟ କହିଛନ୍ତି ଯେ ଉଭୟ ରାଜସ୍ଥାନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସୋନିଆ ଗାନ୍ଧୀଙ୍କ ଆଗରେ ସେ ନିଜର ମତ ରଖିଥିଲେ । ଦଳର ଅଧ୍ୟକ୍ଷ ମଧ୍ୟ ପୂରା ତାଙ୍କ କଥା ଶୁଣିଥିଲେ । ରାଜସ୍ଥାନର ନିର୍ବାଚନ ଜିତିବା ପ୍ରଥମ ଲକ୍ଷ୍ୟ ବୋଲି ପାଇଲଟ୍ କହିଛନ୍ତି । ସେଥିପାଇଁ ଏକାଠି ହୋଇ କାମ କରିବାକୁ ପଡ଼ିବ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏଯାଏଁ କୌଣସି ସହମତି ହୋଇନାହିଁ । ଏ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।