କେତେ ବାଟ ଆଗେଇଲାଣି ଅଯୋଧ୍ୟା ରାମମନ୍ଦିରର ନିର୍ମାଣ କାର୍ଯ୍ୟ? ଭକ୍ତଙ୍କ ମଧ୍ୟରେ ବଢୁଛି ଉତ୍ସାହ,  ଦେଖନ୍ତୁ ରାମ ମନ୍ଦିର ନିର୍ମାଣର କିଛି ଫଟୋ ।

234

କନକ ବ୍ୟୁରୋ : ଅଯୋଧ୍ୟାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିର କାର୍ଯ୍ୟ ଏବେ ଜୋରସୋରରେ ଆଗକୁ ବଢୁଛି । ଏବେ ଏହି ମନ୍ଦିରରେ ସ୍ତମ୍ଭ ନିର୍ମାଣ କାମ ଆରମ୍ଭ ହୋଇଛି । ରାମ ମନ୍ଦିରର ପ୍ରଥମ ସୋପାନରେ ୧୬୬ଟି ସ୍ତମ୍ଭ ଲଗାଯିବ । ଏହି ସ୍ତମ୍ଭ ୨ ୦ ଫୁଟ ଉଚ୍ଚତା ବିଶିଷ୍ଟ ହେବ ।

ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୨୦୨୩ ସୁଦ୍ଧା ରାମ ମନ୍ଦିରର ଭୂତଳ କାର୍ଯ୍ୟ ଶେଷ ହେବ । ଆଉ ଏସବୁ ଭିିତରେ ମନ୍ଦିର ନିର୍ମାଣ କାର୍ଯ୍ୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋରୁ ଜଣାପଡୁଛି ଯେ, ମନ୍ଦିର ନିର୍ମାଣ କାର୍ଯ୍ୟ କେତେ ତ୍ୱରାନିତ୍ୱ ଢଙ୍ଗରେ ଆରମ୍ଭ ହୋଇଛି । ସେହିଭଳି ରାମମନ୍ଦିରକୁ ଆହୁରି ଭବ୍ୟ କରିବାକୁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯିବ । ସେହିଭଳି ଏହାର ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସେହିଭଳି ମନ୍ଦିରର ବାହାର ପାଶ୍ୱର୍କୁ ଅଧିକ ଚଉଡା କରାଯିବ । ଯାହାଫଳରେ ରାମଭକ୍ତ ବିନା ବାଧାରେ ମନ୍ଦିର ପରିକ୍ରମା କରିପାରିବେ । ଏହି ପାଚେରୀରେ ଚିତ୍ର ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କର ଲୀଳାର ବିଭିନ୍ନ ଚିତ୍ର ପ୍ରଦର୍ଶିତ ହେବ ।

ରାମ ମନ୍ଦିର ନିର୍ମାଣ ନେଇ ଦେଶର ରାମଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ରାମମନ୍ଦିର ନିର୍ମାଣ କେବେ ସୁଦ୍ଧା ହେବ ଏବଂ କେତେ କାମ ଆଗକୁ ବଢିଲାଣି ତାହା ଜାଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାଜସ୍ଥାନର ବିଭିନ୍ନ ପଥର ବ୍ୟବହାର କରାଯାଉଛି । ଏପରିକି ମନ୍ଦିର ସହ ବିଭିନ୍ନ କାର୍ଯ୍ୟ ମଧ୍ୟ ରାଜସ୍ଥାନରେ ହେଉଛି । ଅତ୍ୟାଧୁନିକ ପ୍ରକ୍ରିୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏଥିରେ ଭାରତୀୟ ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।