ବାପାଙ୍କ ସ୍ମୃତି ସଭାରେ କାନ୍ଦିଲେ ଝିଅ : କହିଲେ… ମିଳିମିଶି ପୂରଣ କରିବା ବାପାଙ୍କ ଅଧୁରା ସ୍ୱପ୍ନ

660

କନକ ବ୍ୟୁରୋ : ବାପାଙ୍କୁ ମନେ ପକାଇ କାନ୍ଦିଲେ ଝିଅ ଦୀପାଲି, ଝାରସୁଗୁଡ଼ାରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଝରିଲା ଝିଅ ଦୀପାଲିଙ୍କ ଆଖିରୁ ଲୁହ । କାନ୍ଦି କାନ୍ଦି କହିଲେ, ଆତ୍ମାର କେବେ ମୃତ୍ୟୁ ହୁଏ ନାହିଁ, କାରଣ ମୋ ବାପା ଆମ ଗହଣରେ ଅମର ହୋଇ ରହିଛନ୍ତି । ମୁଁ ଏ ସ୍ମୃତି ସଭାରେ ଅନୁଭବ କରୁଛି ଯେ, ଏବେ ବି ବାପା ମୋ ସହ ଅଛନ୍ତି, ଆଉ ଆଗକୁ ବି ରହିବେ’। ବାପାଙ୍କ ଅଧୁରା ସ୍ବପ୍ନ ଆମେ ସବୁ ମିଳିମିଶି ପୂରା କରିବା ବୋଲି ଦୀପାଲି ଭାବୁକ ହୋଇ କହିଛନ୍ତି ।

ଆୟୋଜିତ ଏହି ଶୋକ ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାସ୍ଥଳୀରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୨୦ ପ୍ଲାଟୁନ ଫୋର୍ସ ଏଥିପାଇଁ ମୁତୟନ ହୋଇଛନ୍ତି । ସରବାହାଲ ହାଇସ୍କୁଲ ପଡିଆରେ ନବ ଦାସଙ୍କ ଦ୍ୱାଦଶାହରେ ବିଜେଡି ବରିଷ୍ଠ ନେତା ମନ୍ତ୍ରୀ ସାମିଲ ହୋଇଛନ୍ତି । ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଅଂଚଳର ବହୁ ଲୋକ ଯୋଗ ଦେଇଛନ୍ତି ।