କୋଲକାତା ଗୁଳିକାଣ୍ଡ ଘଟଣା : ଓଡ଼ିଆ ଯବାନଙ୍କ ଗୁଳିରେ ଓଡ଼ିଆ ଯବାନ ମୃତ, ମିଳିଲା ପରିଚୟ

557

କନକ ବ୍ୟୁରୋ : କୋଲକାତା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଓଡ଼ିଆ ଯବାନଙ୍କ ପରିଚୟ ମିିଳିଛି । ଗୁଳି କରିଥିବା ସିଆଏସଏଫ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି । ଅନ୍ୟପଟେ ମୃତ ଯବାନ ରଞ୍ଜିତ କୁମାର ଷଡ଼ଙ୍ଗୀଙ୍କ ଘର କେଉଁଠି ଏଯାଏଁ ଜଣାପଡ଼ି ନାହିଁ । ବଡ଼ କଥା ହେଲା ଓଡ଼ିଆ ଯବାନଙ୍କ ଗୁଳିରେ ଜଣେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବାପାଙ୍କ ମୃତ୍ୟୁ ପରେ ଅକ୍ଷୟ ମିଶ୍ରଙ୍କୁ ଛୁଟି ମିଳିନଥିଲା । ଆଉ ଏଥିରେ ମାନସିକ ଭାବେ ଅସ୍ଥିର ହୋଇ ସେ ଗୁଳିମାଡ କରିଥିବା ଜଣାପଡିଛି । ତେବେ କୋଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ହୋଇଥିବା ଏହି ଗୁଳିକାଣ୍ଡରେ ସିଆଇଏସଏଫର ଓଡିଆ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି ।

ଏହି ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା । ଅକ୍ଷୟ ମିଶ୍ର ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ । ନିଜର ସର୍ଭିସ ରିଭଲଭରରୁ ଅକ୍ଷୟ ସହଯୋଗୀଙ୍କୁ ଗୁଳିମାଡ କରିଥିଲେ । ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିଜର ସର୍ଭିସ ରିଭଲଭରରୁ ଅକ୍ଷୟ ସହଯୋଗୀଙ୍କୁ ଗୁଳିମାଡ କରିଥିଲେ । ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡେଂଟ ଆହତ ହୋଇଛନ୍ତି । ଅକ୍ଷୟଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗ ପୁଲିସର ଦୁଇଟି ଟିମ ଘଟଣାସ୍ଥଳକୁ ଯାଇଥିଲା । ଏଥିରେ କମାଣ୍ଡୋ ବି ସାମିଲ ହୋଇଥିଲେ । ବୁଲେଟପ୍ରୁଫ ଜାକେଟ ସହ ସେମାନେ ମ୍ୟୁଜିୟମ ଭିତରକୁ ଯାଇଥିଲେ । ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।

ପ୍ରାୟ ଦୁଇ ଘଣ୍ଟା ଧରି ଅକ୍ଷୟଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲା । ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା । କୋଲକାତାର ମଧ୍ୟସ୍ଥଳରେ ରହିଛି ମ୍ୟୁଜିୟମ । ୨୦୧୯ରୁ କୋଲକାତା ମ୍ୟୁଜିୟମର ସୁରକ୍ଷା ଦାୟିତ୍ୱ ସେଂଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସିଆଇଏସଏଫ ନେଇଛି । ଏହି ମ୍ୟୁଜିୟମ ଏକ ସ୍ୱଂୟଶାସିତ ସଂସ୍ଥା ଓ ଏହା ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ରହିଛି ।