‘ସୁର’ କେମିତି ଏତେ ଫିଟ୍? କନକ ନ୍ୟୁଜକୁ କହିଲେ ତାଙ୍କ ଫିଟ୍ ରହିବାର ରାଜ

161

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ସୁର ରାଉତରାୟ ଏତେ ଫିଟ୍ କେମିତି ? କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସୁର ରାଉତରାୟ କହିଛନ୍ତି, ତାଙ୍କ ଫିଟ୍ ରହିବାର ରାଜ୍ । ସକାଳୁ ଉଠିଲେ ନିତ୍ୟକ୍ରମ ସାରି ବ୍ରେକଫାଷ୍ଟରେ ପଖାଳ, ସାଗ ବଜା, ଚୁନା ମାଛ ସାଙ୍ଗକୁ ଅନ୍ୟାନ୍ୟ ପନିପରିବା ଭଜା ଖାଆନ୍ତି ସୁର ରାଉଜରାୟ । ଭୋଜି ଭାତରେ ସାମିଲ ହୁଅନ୍ତି କିନ୍ତୁ ବେସି ଭୋଜି ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଭାତ, ଡାଲମା, ଖଟା ଖାଇବାକୁ ବେସ୍ ପସନ୍ଦ କରନ୍ତି ସୁର
ନିଶା ଖାଇବା କଥା ନେଇ ସେ କୁହନ୍ତି, ମୁଁ କେବେ ନିଶା ଖାଏନି । ମୋର ଅନେକ ସାଙ୍ଗ ନିଶା ଖାଇ ଏବେସୁଦ୍ଧା ମରିଗଲେଣି । ତେଣୁ ମୁଁ ସବୁବେଳେ ନିଶାଠାରୁ ଦୂରେଇ ରୁହେ । ଆଉ ଅନ୍ୟମାନଙ୍କୁ ବି ନିଶାଠାରୁ ଦୂରେଇ ରହିବା ପାଇଁ କହିଥାଏ ।
ଏତ ଥିଲା ଖାଇବା ପିଇବା କଥା, ଯଦି ତାଙ୍କ ଜୀବନଶୈଳି ଉପରେ କହିବା ତେବେ ସେ କୁହନ୍ତି, ମୁଁ ପିଲାଟି ଦିନରୁ ବିନ୍ଦାସ ଓ ମୋର ଦୃଢ ମନବଳ ମତେ ଫିଟ୍ ରଖିଛି । ମୋର କୌଣସି ଚିନ୍ତା ନାହିଁ । ମୋତେ ୮୧ ବର୍ଷ ହେଲାଣି । କିନ୍ତୁ ମୁଁ ଫଟ୍ ରହିଛି । ମୁଁ ଲିଫ୍ଟରେ ଯିବା ଆସିବା କରେନି । ସବୁବେଳେ ଶୀଢିରେ ଚାଲିକି ଯିବା ଆସିବା କରେ । ମୁଁ ବିଧାୟକ ମନ୍ତ୍ରୀ ହୋଇସାରିଛି କିନ୍ତୁ ମନରେ କୌଣସି ଅହଂକାର ରଖେନି । ଲୋକଙ୍କ ଦୁଃଖ ସୁଖରେ ମୁଁ ଛିଡା ହେବାକୁ ପସନ୍ଦ କରେ । କିନ୍ତୁ କେବେ ନିଜକୁ ଟେନସନରେ ରଖେନି । ସବୁବେଳେ ଫ୍ରି ରୁହେ । ରାତି ୧୦ଟାରେ ଘରକୁ ଫେରେ । ଟିକିଏ ଖାଇ ପିଇ ପେପର ଧରି ବସିପଡେ, ତା ପରେ ନିଦ୍ରାଦେବୀ ଚାଲିଆସନ୍ତି । ରାତିରେ ସୋଇବା ପରେ ସକାଳ ୫ଟାରେ ଉଠି ନିତ୍ୟକ୍ରମ ସାରି କାମକୁ ବାହାରି ଚାଲେ । କିନ୍ତୁ ରାତିରେ କାହାର କୌଣସି ଅସୁବିଧା ପଡିଲେ ରାତିରେ ଫୋନ୍ ଆସିଲେ ରାତି ଅଧରେ ଉଠିକି ଘଟଣାସ୍ଥଳକୁ ଚାଲିଯାଏ । ସକାଳୁ ଉଠି ଆଖିରେ ୨୨ ଥର ପାଣି ଛାଟେ । ଭଗବାନଙ୍କ ଦୟାରୁ ଆଜି ଯାଏ ଚସମା ଲାଗିନି । ଆଜି ଯାଏ ମୁଁ କେବେ ନିଜକୁ ପୁରା ବୁଢା ବୋଲି ଭାବିନି । ବୁଢା ଭାବିଲେ ବିରୋଧୀ ମାଡିବସିବେ । ସେଥିପାଇଁ ନିଜକୁ ବୁଢା ଭାବିନି କେବେ ।