୬ ବର୍ଷ ପରେ ଟି-୨୦ ମ୍ୟାଚରେ ବୋଲିଂ କଲେ ବିରାଟ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଥରେ ଦେଖନ୍ତୁ ଏସିଆ କପରେ ବିରାଟଙ୍କ ବୋଲିଂ ଭିଡ଼ିଓ ।

568

କନକ ବ୍ୟୁରୋ : ଏସିଆ କପରେ ଧୀରେ ଧୀରେ ଫର୍ମକୁ ଫେରୁଛନ୍ତି ବିରାଟ କୋହଲି । ପ୍ରଥମ ମ୍ୟାଚରେ ୩୫ ଓ ଦ୍ୱିତୀୟ ମ୍ୟାଚରେ ୫୯ ରନର ଇନିଂସ ଖେଳିବା ସହ ଟି-୨୦ ବିଶ୍ୱକପ୍ ପୂର୍ବରୁ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । କେବଳ ବ୍ୟାଟିଂ ନୁହେଁ ଚଳିତ ଏସିଆ କପରେ କୋହଲିଙ୍କୁ ବୋଲିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ହଂକଂ ବିପକ୍ଷ ମ୍ୟାଚରେ କୋହଲି ବୋଲିଂ କରିବା ମାତ୍ରେ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ କୋହଲି । ମ୍ୟାଚରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ କୋହଲି ।

ଭାରତ ପ୍ରଥମେ ବ୍ୟାଟିଂ ପରି ୧୯୨ ରନ୍ କରିଥିଲା । ଆଉ ୧୯୩ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ହଂକଂ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ତେବେ ବିଜୟ ଠାରୁ ୪୦ ରନ ପଛରେ ରହିଥିଲା ହଂକଂ ଦଳ । ତେବେ ଭାରତ ପକ୍ଷରୁ ମ୍ୟାଚର ୧୭ତମ ଓଭର ବୋଲିଂ କରିଥିଲେ କୋହଲି । ଆଉ ଗୋଟିଏ ଓଭରରେ ମାତ୍ର ୬ ରନ୍ ବ୍ୟୟ କରିଥିଲେ ବିରାଟ ।

ବିରାଟ ଏପର୍ଯ୍ୟନ୍ତ ୧୦୧ଟି ଟି-୨୦ ମ୍ୟାଚରୁ ୪ଟି ୱିକେଟ ହାସଲ କରିଛନ୍ତି । ଶେଷଥର ପାଇଁ ୨୦୧୬ରେ ବୋଲିଂ କରିଥିଲେ । ଆଉ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ବୋଲିଂ କରିଛନ୍ତି କୋହଲି । ଆଉ ତାହା ବି ଏସିଆ କପରେ । ତେବେ ଏହି ମ୍ୟାଚରେ ବିଜୟ ସହ ଭାରତ ଏସିଆ କପର ସୁପର-୪ ଟିମରେ ଏଣ୍ଟ୍ରି କରିଛି । ପୂର୍ବରୁ ଆଫଗାନିସ୍ତାନ ୨ଟି ବିଜୟ ସହ ସୁପର-୪ରେ ଏଣ୍ଟ୍ରି କରିଛି ।