୨୦୨୪ ପାଇଁ ଜେଡିୟୁ ଜାରି କଲା ପୋଷ୍ଟର । ଜାଣନ୍ତୁ କଣ ରହିଛି ରାଷ୍ଟ୍ରୀୟ ରାଜନୀତିକୁ ନେଇ ନିତୀଶଙ୍କ ଆଭିମୁଖ୍ୟ

439

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ବିରୋଧୀ ଶିବର ସରଗରମ । ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେ, ଚନ୍ଦ୍ରଶେଖର ରାଓ ବିହାର ଗସ୍ତରେ ଯାଇ ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ଦିଲ୍ଲୀ ରାଜନୀତିରେ ଏକ ନୂଆ ସମିକରଣ ଆଶା କରିଛନ୍ତି ବିରୋଧୀ । ଗତକାଲିର ଭେଟ ପରେ ଆଜି ନିତୀଶଙ୍କ ପାର୍ଟ ଜେଡିୟୁ ତରଫରୁ ଏକ ଅଫିସିଆଲ ପୋଷ୍ଟର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

 

ଏହି ପୋଷ୍ଟରରେ ଲେଖାଯାଇଛି କି, ‘ରାଜ୍ୟ ଦେଖିଲା ଏବେ ଦେଶ ଦେଖିବ’ । ଏହି ପୋଷ୍ଟର ସହିତ ରହିଛି ନିତୀଶ କୁମାରଙ୍କ ଫଟୋ । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟଏକ ପୋଷ୍ଟରରେ ଲେଖାଯାଇଛି କି ‘ଜୁମଲା ନେର୍ହି ହକିକତ’ । ଏଭଳି ପୋଷ୍ଟର ସିଧାସଳଖ ଭାବେ ୨୦୨୪ କୁ ଇସାରା କରୁଛି । କାରଣ ଯେତେବେଳେ ବିହାର ବିକାଶ କଥା କୁହାଯାଏ ସେତେବେଳେ ନୀତିଶଙ୍କ କାମକୁ ଗଣନା କରାଯାଏ । ହେଲେ ଏବେ ପୋଷ୍ଟରରେ ଦେଶ କଥା କୁହାଯାଉଥିବାରୁ ଏହା ୨୦୨୪ କୁ ଟାର୍ଗେଟ୍ ବୋଲି କୁହାଯାଇଛି ।